PIB Headquarters
ଲକଡାଉନ ସମୟରେ ଡାଲି ଏବଂ ତୈଳବୀଜ ସଂଗ୍ରହ ଏବେ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି
• ଗ୍ରୀଷ୍ମକାଳୀନ ଫସଲ ବୁଣାବୁଣିରେ ଉଲ୍ଲେଖନୀୟ ବୃଦ୍ଧି
• 2020-21 ରବି ଋତୁରେ ଆସିଥିବା 241 ଏଲଏମଟିରୁ ଅଧିକ ଗହମ ମଧ୍ୟରୁ କ୍ରୟ ହୋଇଛି 233 ଏଲଏମଟି
ପୋଷ୍ଟ କରାଯିବା ଦିନାଙ୍କ:
10 MAY 2020 1:33PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତ ସରକାରଙ୍କ କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ଲକଡାଉନ୍ ସମୟରେ କ୍ଷେତରେ ଅର୍ଥାତ କୃଷି କ୍ଷେତ୍ରରେ କୃଷକଙ୍କ ସୁବିଧା ତଥା କୃଷି କାର୍ଯ୍ୟକଳାପକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଉଛି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ନିୟମିତ ପରିସ୍ଥିତି ଉପରେ ନଜର ରଖିଛନ୍ତି । ମେ’ 10, 2020 ସୁଦ୍ଧା ଅପଡେଟ୍ ହୋଇଥିବା ସ୍ଥିତି ନିମ୍ନଲିଖିତ ଅଟେ :
1. ଲକଡାଉନ୍ ଅବଧିରେ ନାଫେଡ୍ ଦ୍ୱାରା କୃଷି ଉତ୍ପାଦ କ୍ରୟର ସ୍ଥିତି :
• ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ହରିୟାଣା ଭଳି 9ଟି ରାଜ୍ୟରୁ 2.74 ଲକ୍ଷ ମେଟ୍ରିକ୍ ଟନ୍ (LMT) ଚଣା କ୍ରୟ କରାଯାଇଛି ।
• ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ହରିୟାଣା ଭଳି 5ଟି ରାଜ୍ୟରୁ 3.40 ଲକ୍ଷ ମେଟ୍ରିକ ଟନ୍ ସୋରିଷ କ୍ରୟ କରାଯାଇଛି ।
• ତେଲଙ୍ଗାନାରୁ ୧୭୦୦1700 ମେଟ୍ରିକ ଟନ୍ ସୂର୍ଯ୍ୟମୁଖୀ କ୍ରୟ କରାଯାଇଛି ।
• ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ଓଡିଶା ଭଳି 8ଟି ରାଜ୍ୟରୁ 1.71 ଲକ୍ଷ ମେଟ୍ରିକ ଟନ୍ ଦେଶୀ ହରଡ କ୍ରୟ କରାଯାଇଛି ।
2. ଗ୍ରୀଷ୍ମକାଳୀନ ଫସଲର ବୁଣାବୁଣିର ବ୍ୟାପକତା ବା ସ୍ଥିତି :
• ଧାନ : ଗତ ବର୍ଷ ଏହି ସମୟ ମଧ୍ୟରେ 25.29 ଲକ୍ଷ ହେକ୍ଟର ତୁଳନାରେ ଏଥର ଗ୍ରୀଷ୍ମକାଳୀନ ଧାନ ଚାଷ ପ୍ରାୟ 34.87 ଲକ୍ଷ ହେକ୍ଟର ଜମିକୁ ପରିବ୍ୟାପ୍ତ ହୋଇଛି ।
• ଡାଲି : ଗତ ବର୍ଷ ଏହି ସମୟ ମଧ୍ୟରେ 5.92 ଲକ୍ଷ ହେକ୍ଟର ତୁଳନାରେ ଏଥର ପ୍ରାୟ 10.35 ଲକ୍ଷ ହେକ୍ଟର ଜମିକୁ ଡାଲିଜାତୀୟ ଫସଲ ପରିବ୍ୟାପ୍ତ ହୋଇଛି ।
• ମୋଟା ଦାନା ଶସ୍ୟ : ଗତ ବର୍ଷ ଏହି ସମୟ ମଧ୍ୟରେ 6.20 ଲକ୍ଷ ହେକ୍ଟର ତୁଳନାରେ ଏଥର ପ୍ରାୟ 9.57 ଲକ୍ଷ ହେକ୍ଟର ଜମିରେ ମୋଟାଦାନା ଶସ୍ୟ ଚାଷ ହୋଇଛି ।
• ତୈଳ ଜାତୀୟ ଫସଲ : ଗତ ବର୍ଷ ସମାନ ଅବଧିରେ 7.09 ଲକ୍ଷ ହେକ୍ଟର ତୁଳନାରେ ଏଥର ପ୍ରାୟ 9.17 ଲକ୍ଷ ହେକ୍ଟର ଜମିକୁ ତୈଳବୀଜ ଜାତୀୟ ଫସଲ ପରିବ୍ୟାପ୍ତ ହୋଇଛି।
3. ରବି ବିପଣନ ଋତୁ (RMS) 2020-21ରେ, FCI ମାଧ୍ୟମରେ ମୋଟ 241.36 ଲକ୍ଷ ମେଟ୍ରିକ ଟନ୍ ଗହମ ଗ୍ରହଣ କରାଯାଇଛି, ସେଥି ମଧ୍ୟରୁ 233.51 ଲକ୍ଷ ମେଟ୍ରିକ ଟନ୍ କ୍ରୟ କରାଯାଇଛି ।
4. ରବି ଋତୁ 2020-21ରେ 11ଟି ରାଜ୍ୟରେ ରବି ଡାଲି ଜାତୀୟ ଶସ୍ୟ ଏବଂ ତୈଳ ବୀଜ ଫସଲ ପାଇଁ ସମୁଦାୟ 3206 ନିର୍ଦ୍ଧିଷ୍ଟ କ୍ରୟ କେନ୍ଦ୍ର ଉପଲବ୍ଧ ହୋଇଛି ।
**********
(ରିଲିଜ ଆଡି: 1622890)
ପରିଦର୍ଶକ କାଉଣ୍ଟର : 104