ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ପିଏମ କେୟାର୍ସ ପାଣ୍ଠିକୁ 2.5 କୋଟି ଟଙ୍କା ପ୍ରଦାନ କଲେ ଇପିଏଫଓ କର୍ମଚାରୀ

Posted On: 03 MAY 2020 5:12PM by PIB Bhubaneshwar

କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏମ କେୟାର୍ସ ପାଣ୍ଠିକୁ ସ୍ଵେଚ୍ଛାକୃତ ଭାବେ ଗୋଟିଏ ଦିନର ଦରମା ପ୍ରାୟ 2.5 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଇପିଏଫଓ ବିଶ୍ଵର ସର୍ବବୃହତ ସାମାଜିକ ସୁରକ୍ଷା ସଂସ୍ଥା । କୋଭିଡ-19 ମହାମାରୀର ମୁକାବିଲାରେ ଏହା ସରକାରଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେଉଛି । ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଇପିଏଫ ଉଠାଣ ଦାବି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ-19 ଦାବିର ପ୍ରୋସେସିଂକୁ ତ୍ୱରାନ୍ୱିତ କରିବା ଲାଗି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।    

 

***********



(Release ID: 1620691) Visitor Counter : 200


Read this release in: English