PIB Headquarters
ଲକଡାଉନ ସମୟରେ ମଣ୍ଡିରେ ଭିଡ଼ ଦୂର କରିବା ଓ କୃଷି ଉତ୍ପାଦର ସମୟୋଚିତ ବିପଣନରେ ସହାୟକ ହେବ ‘ପ୍ରତ୍ୟକ୍ଷ ବିପଣନ’
ପୋଷ୍ଟ କରାଯିବା ଦିନାଙ୍କ:
25 APR 2020 9:19PM by PIB Bhubaneswar
ପ୍ରତ୍ୟକ୍ଷ ବିପଣନ ସୁବିଧା ଯୋଗାଇ ଦେବା ଏବଂ ସୁନିଶ୍ଚିତ ଉନ୍ନତ ଲାଭ ଦେବା ଦିଗରେ ଭାରତ ସରକାର ସୁଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ମଣ୍ଡିଗୁଡ଼ିକରେ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ସକାଶେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ପାଇକାରୀ କ୍ରେତା, ବଡ଼ ଖୁଚୁରା ବ୍ୟବସାୟୀ, ପ୍ରକ୍ରିୟାକରଣ ଉଦ୍ୟୋଗୀ ଆଦିଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରୟ ନିମନ୍ତେ କୃଷକ, ଚାଷୀ ସମୁଦାୟ, କୃଷକ ଉତ୍ପାଦକ ସଂଗଠନ, ସମବାୟ ସମିତିଗୁଡ଼ଇକୁ ‘ପ୍ରତ୍ୟକ୍ଷ ବିପଣନ’ ସୁବିଧା ଦେବା ନିମନ୍ତେ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ।
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏ ସଂକ୍ରାନ୍ତରେ ଏକ ଚିଠି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଛନ୍ତି । ସମବାୟ ସମିତି/କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଆଦିକୁ ପ୍ରତ୍ୟକ୍ଷ ବିପଣନ ସୁବିଧା ଯୋଗାଇ ଦେବାର ଆବଶ୍ୟକତାକୁ ଦୋହରାଇବା ସହିତ ଏହି କ୍ଷେତ୍ରର ସମସ୍ତ ଅଂଶୀଦାର ଓ ଚାଷୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବା ଲାଗି ଅନୁରୋଧ କରିଛନ୍ତି । ଲାଇସେନ୍ସ ପ୍ରକ୍ରିୟା ପାଇଁ ବାଧ୍ୟ ନକରି ପ୍ରତ୍ୟକ୍ଷ ବିପଣନ ଯୋଗାଇ ଦେବା ଏବଂ କୃଷି ଉତ୍ପାଦ ବିପଣନ ନିମନ୍ତେ କୃଷକଙ୍କୁ ସୁବିଧା ଯୋଗାଇ ଦେବା ଲାଗି ବିଭାଗ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।
ପାଇକାରୀ ବଜାରରୁ ଭିଡ଼ ହ୍ରାସ କରିବା ଏବଂ ଯୋଗାଣ ଶୃଙ୍ଖଳକୁ ପ୍ରୋତ୍ସାହିତ କରିବା ଲାଗି ଜାତୀୟ କୃଷି ବଜାର (ଇ-ନାମ) ଜରିଆରେ ଦୁଇଟି ପଦ୍ଧତି ବିକଶିତ କରାଯାଇଛି।
ଏଫପିଓ ପଦ୍ଧତି : ଏଫପିଓ ପଦ୍ଧତିରେ ସିଧାସଳଖ ଇ-ନାମ ପୋର୍ଟାଲ ଜରିଆରେ କାରବାର କରି ହେବ। ସେମାନେ ସଂଗ୍ରହ କେନ୍ଦ୍ରରେ ଫଟୋ ଏବଂ ମାନକ ପାରାମିଟର ସହିତ ନିଜ ଉତ୍ପାଦର ବିବରଣୀ ଦାଖଲ କରିବେ ଏବଂ ମଣ୍ଡିରେ ବ୍ୟକ୍ତିଗତ ଭାବେ ନପହଞ୍ଚି ନିଲାମି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ।
ପଣ୍ୟାଗାର ଆଧାରିତ କାରବାର ପଦ୍ଧତି : ଏକକ ବଜାର ଭାବେ ବିଜ୍ଞପିତ ପଣ୍ୟାଗାର ବିକାଶ ଓ ନିୟମକ ପ୍ରାଧିକରଣ (ଡବ୍ଲ୍ୟୁଆରଏ)ରେ ପଞ୍ଜିକୃତ ପଣ୍ୟାଗାର ମାଧ୍ୟମରେ କୃଷକମାନେ ସେମାନଙ୍କ ଉତ୍ପାଦ ବିକ୍ରୟ କରିପାରିବେ। ସେମାନଙ୍କୁ ନିକଟସ୍ଥ ମଣ୍ଡିକୁ ନିଜ ଉତ୍ପାଦ ଆଣିବାକୁ ପଡ଼ିବ ନାହିଁ ।
*********
(ରିଲିଜ ଆଡି: 1618307)
ପରିଦର୍ଶକ କାଉଣ୍ଟର : 114