PIB Headquarters
କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଦ୍ୱାରା ସର୍ବଭାରତୀୟ କୃଷି ପରିବହନ କଲସେଣ୍ଟର ନମ୍ବର ଘୋଷଣା
• ଲକଡାଉନ ସମୟରେ ପଚନଶୀଳ କୃଷିଜାତ ସାମଗ୍ରୀର ଆନ୍ତଃରାଜ୍ୟ ପରିବହନ ପାଇଁ 18001804200 ଓ 14488 ନମ୍ବର ସହ ଯୋଗାଯୋଗ କରିହେବ
ପୋଷ୍ଟ କରାଯିବା ଦିନାଙ୍କ:
15 APR 2020 6:42PM by PIB Bhubaneswar
ଲକଡାଉନ ସମୟରେ ପଚନଶୀଳ କୃଷିଜାତ ସାମଗ୍ରୀର ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଆଜି ଦୁଇଟି କଲସେଣ୍ଟର ନମ୍ବର ଘୋଷଣା କରିଛନ୍ତି । କୃଷିଭବନରେ ବୁଧବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ତୋମର ଘୋଷଣା କରିଥିବା ଏହି କୃଷି ପରିବହନ କଲସେଣ୍ଟର ନମ୍ବର ହେଲା – 18001804200 ଓ 14488 । ସଂପୃକ୍ତ ମାଲ ପରିବହନକାରୀ ଏହି ଦୁଇ ନମ୍ବରକୁ ଫୋନ କରି ବିଭିନ୍ନ ତଥ୍ୟ ଓ ସହାୟକ ସୂଚନା ପାଇପାରିବେ । ଏହି କଲ ସେଣ୍ଟର ଅହରାତ୍ର କାର୍ଯ୍ୟ କରିବ ଏବଂ ଉଭୟ ମୋବାଇଲ ଓ ଲ୍ୟାଣ୍ଡଲାଇନ ଫୋନ ଦ୍ୱାରା ଏହା ସହିତ ସମ୍ପର୍କ ସ୍ଥାପନ ହୋଇପାରିବ ।
ପନିପରିବା ଓ ଫଳ ଭଳି ପଚନଶୀଳ କୃଷିଜାତ ସାମଗ୍ରୀ ପରିବହନକୁ ସୁଗମ କରିବା ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ଓ ଚାଷୀ ତଥା ପରିବହନକାରୀଙ୍କୁ ଆବଶ୍ୟକ ତଥ୍ୟ ଯୋଗାଇ ଦେବାକୁ କୃଷି ମନ୍ତ୍ରଣାଳୟ ଏହି କଲସେଣ୍ଟର ସେବା ଆରମ୍ଭ କରିଛି । ଲକଡାଉନ ସମୟରେ ଚାଷୀ, ବ୍ୟବସାୟୀ ଓ ପରିବହନକାରୀ ଏହାଦ୍ୱାରା ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି ।
*************
(ରିଲିଜ ଆଡି: 1614774)
ପରିଦର୍ଶକ କାଉଣ୍ଟର : 80