ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କୋଭିଡ-19 ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ମେ 3 ତାରିଖ ପର୍ଯ୍ୟନ୍ତ ଜାରି ରହିବ ଲକଡାଉନ

Posted On: 14 APR 2020 1:27PM by PIB Bhubaneshwar

ଭାରତରେ କୋଭିଡ-19 ମହାମାରୀ ଉପରେ ନିୟନ୍ତ୍ରଣ ଆଣିବାକୁ ହେଲେ ମେ 3, 2020 ପର୍ଯ୍ୟନ୍ତ ଲକଡାଉନ ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ଉଦବୋଧନରେ ଘୋଷଣା କରିଛନ୍ତି

ଏହି ଘୋଷଣାକୁ ଅନୁସରଣ କରି ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସରକାର ଏବଂ ପ୍ରାଧିକରଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଉଛି ଯେ କୋଭିଡ-19 ମହାମାରୀ ଉପରେ ନିୟନ୍ତ୍ରଣ ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଦିଶାନିର୍ଦ୍ଦେଶରେ ଉଲ୍ଲିଖିତ କରାଯାଇଥିବା ଲକଡାଉନ ଉପାୟ ଲଗାତାର ମେ 3, 2020 ପର୍ଯ୍ୟନ୍ତ ଲାଗୁ ରହିବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଆଦେଶ ଜାରି କରିଦିଆଯାଇଛି ଏହି ଆଦେଶ ଅନୁଯାୟୀ, ଲକଡାଉନ ଅବଧି ବୃଦ୍ଧି ପାଇବା ସହିତ ବିଭିନ୍ନ କ୍ଷେତ୍ର ଏବଂ ବିଭିନ୍ନ ଗତିବିଧି ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଆଗକୁ ମଧ୍ୟ ଜାରି ରହିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଦିଶାନିର୍ଦ୍ଦେଶରେ ଉଲ୍ଲିଖିତ ଏହି ପ୍ରତିବନ୍ଧକକୁ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ/ବିଭାଗ ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାର ଏବଂ ପ୍ରାଧିକରଣଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବେ।

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପଠାଯାଇଥିବା ଏହି ବାର୍ତ୍ତାରେ ଏଥିପ୍ରତି ଗୁରୁତ୍ବାରୋପ କରାଯାଇଛି ଯେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିପର୍ଯ୍ୟୟ ପ୍ରଶମନ ଆଇନ, 2005ର ଅନ୍ତର୍ଗତ ଜାରି କରାଯାଇଥିବା ଆଦେଶ ଅନୁଯାୟୀ ଉପରୋକ୍ତ ଦିଶାନିର୍ଦ୍ଦେଶ ଉଲ୍ଲେଖ କରାଯାଇଥିବା ପ୍ରତିବନ୍ଧକକୁ ସେମାନେ ଦୁର୍ବଳ କରିପାରିବେ ନାହିଁ।

 

************



(Release ID: 1614634) Visitor Counter : 207


Read this release in: English