କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
ଲକଡାଉନ୍ ସମୟରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷର ବିଭିନ୍ନ ପଦକ୍ଷେପ
• ସିଆଇବି ଏଣ୍ଡ ଆରସି ପକ୍ଷରୁ 33ଟି ରପ୍ତାନି ପରମିଟ୍ ମଂଜୁରି
• ଲକଡ଼ାଉନ୍ ସମୟରେ ସିଆରଓପି ସଫ୍ଟଓୟାର ବ୍ୟବହାର କରି 1.25 ଲକ୍ଷ ମେଟ୍ରିକ୍ ଟନ୍ର ବିଭିନ୍ନ ରାସାୟନିକ ସାମଗ୍ରୀ ପ୍ରେରଣ
• ପରିବହନ ଏବଂ ଏପିଇଡ଼ିଏ ଦ୍ୱାରା ସମାହିତ ହୋଇଥିବା ପ୍ୟାକେଜିଂ ୟୁନିଟମାନଙ୍କ ପାଇଁ କର୍ଫ୍ୟୁ ପାସ୍ ଜାରି
• ଚାଉଳ, ଚିନାବାଦାମ, ପ୍ରକ୍ରିୟାକୃତ ଖାଦ୍ୟ, ମାଂସ, କୁକୁଡ଼ା, ଡାଏରୀ ଓ ଜୈବ ଉତ୍ପାଦ ଆମଦାନି ଆରମ୍ଭ
ପୋଷ୍ଟ କରାଯିବା ଦିନାଙ୍କ:
11 APR 2020 4:23PM by PIB Bhubaneswar
ଲକଡାଉନ ସମୟରେ କୃଷକ ଓ ସମସ୍ତ କୃଷିକାର୍ଯ୍ୟ ସକାଶେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ସେସବୁର ସର୍ବଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା:
1) ଲକ ଡାଉନ୍ ସମୟରେ କେନ୍ଦ୍ରୀୟ କୀଟନାଶକ ବୋର୍ଡ଼ ଏବଂ ପଂଜୀକରଣ କମିଟି (CIB&RC) ସଚିବାଳୟଙ୍କ ‘କ୍ରପ୍’ ସଫ୍ଟଓୟାରକୁ ଭଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (VPN) ଦ୍ୱାରା ବ୍ୟବହାର କରିବାକୁ ପ୍ରୟାସ କରାଯାଇଛି ଯଦ୍ୱାରା ବିଶେଷଜ୍ଞ ତଥା ଅଧିକାରୀମାନେ ସେମାନଙ୍କ ଘରେ ରହି କାର୍ଯ୍ୟ କରିବା ସହ ସାର୍ଟିଫିକେଟ ଇତ୍ୟାଦି ସହଜରେ ପ୍ରଦାନ କରିପାରିବେ । ଏଭଳି ପ୍ରୟାସ ଦ୍ୱାରା ସ୍ୱଦେଶୀ ଉତ୍ପାଦକ ଏବଂ ରାସାୟନିକ ରପ୍ତାନୀକାରୀ/ମଧ୍ୟବର୍ତ୍ତୀ ବ୍ୟବସାୟୀଙ୍କୁ ପଂଜୀକରଣ ସଂପର୍କୀତ ସାର୍ଟିଫିକେଟ ପ୍ରଦାନ କରାଯିବା କାର୍ଯ୍ୟ ବେଶ୍ ସହଜସାଧ୍ୟ ହୋଇପାରିଛି । ସେହିଭଳି ଶିଲ୍ପ ସଂସ୍ଥା/ପ୍ଲାଣ୍ଟ୍ ଇତ୍ୟାଦିଙ୍କ ସ୍ୱାଭାବିକ କାର୍ଯ୍ୟ ଜାରି ରଖିବା ନିମନ୍ତେ ଆବଶ୍ୟକ କଞ୍ଚାମାଲ ଯୋଗାଣ ମଧ୍ୟ ସୁବିଧାରେ କରାଯାଇପାରିଛି । ଏହା ଫଳରେ ଶସ୍ୟ ସୁରକ୍ଷା ନିମନ୍ତେ ଆବଶ୍ୟକ ବିଭିନ୍ନ ରାସାୟନିକ ଔଷଧର ଉତ୍ପାଦନ ସ୍ୱାଭାବିକ ରହିଛି ଏବଂ କୃଷକମାନଙ୍କୁ ଯଥା ସମୟରେ କୀଟନାଶକ ଏବଂ ଶସ୍ୟ ସୁରକ୍ଷା ପାଇଁ ଆବଶ୍ୟକ ଅନ୍ୟାନ୍ୟ ଔଷଧ ସହଜଲଭ୍ୟ ହୋଇଛି।
2) ଏହି ଅବଧି ମଧ୍ୟରେ ଆଜି ସୁଦ୍ଧା, ସିଆଇବି ଏଣ୍ଡ୍ ଆରସି 33ଟି ଆମଦାନୀ ପରମିଟ୍ ପ୍ରଦାନ କରିଛି ଯାହା ମାଧ୍ୟମରେ 1.25 ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଓଜନର ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବିଦେଶରୁ ଆମଦାନି ହୋଇପାରିଛି । ଏହି ଅବଧି କାଳରେ ରପ୍ତାନି ପାଇଁ ମଧ୍ୟ 189ଟି ସାର୍ଟିଫିକେଟ ପ୍ରଦାନ କରାଯାଇଛି ଯାହା ଦ୍ୱାର କୀଟନାଶକ ପଦାର୍ଥ ବିଦେଶକୁ ରପ୍ତାନି କରାଯାଇପାରୁଛି । ପଂଜୀକରଣ ସକାଶେ 1263ଟି ସାର୍ଟିଫିକେଟ୍ ବିଭିନ୍ନ ବର୍ଗରେ ଜାରି ହୋଇଛି ଯଦ୍ୱାରା ଘରୋଇ କୀଟନାଶକ ଉତ୍ପାଦନକାରୀମାନେ ସେମାନଙ୍କ ଉତ୍ପାଦନ କରିବା ଦିଗରେ ସୁବିଧା ପାଇପାରିଛନ୍ତି ।
3) ଲକଡାଉନ୍ ଯୋଗୁ ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲାଯେ ଖରିଫ ଶସ୍ୟ- 2020 ପାଇଁ ଜାତୀୟ ସମ୍ମିଳନୀ ଭିଡ଼ିଓ କନଫରେନ୍ସ ଜରିଆରେ ଅପ୍ରେଲ 16, 2020 ତାରିଖ ଦିନ ଅନୁଷ୍ଠିତ ହେବ । କେନ୍ଦ୍ର କୃଷି ମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ (କୃଷି) ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରାଜ୍ୟମାନେ ଖରିଫ ଚାଷ ସମୟରେ ସାମ୍ନା କରୁଥିବା ବିଭିନ୍ନ ପ୍ରକାର ସମସ୍ୟା ଏବଂ ସେସବୁର ସମାଧାନ ସକାଶେ ଉପଯୁକ୍ତ ପରିଚାଳନା ସଂପର୍କରେ ଆଲୋଚନା କରିବେ । କୃଷକମାନଙ୍କ ନିକଟରେ ବ୍ଲକ୍ ସ୍ତରରେ ଉପଯୁକ୍ତ ସମୟରେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସରଞ୍ଜାମ ଉପଲବ୍ଧ କରାଇବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ ।
4) ପରିବହନ ସଂପର୍କୀତ ବିଭିନ୍ନ ପ୍ରସଙ୍ଗ ସମାଧାନ, କର୍ଫ୍ୟୁ ପାସ୍ ଜାରି କରିବା, ପ୍ୟାକେଜିଂ ୟୁନିଟମାନଙ୍କ ସମସ୍ୟାବଳୀ ସମାଧାନ ଦିଗରେ ଏପିଇଡ଼ିଏ ଯଥେଷ୍ଟ ପ୍ରୟାସ କରିଆସିଛି । ପ୍ରମୁଖ ଉତ୍ପାଦର ରପ୍ତାନୀ ଯଥା, ଚାଉଳ, ଚିନାବାଦାମ, ପ୍ରକ୍ରିୟାକୃତ ଖାଦ୍ୟ, ମାଂସ, କୁକୁଡ଼ାମାଂସ ଓ ଅନ୍ୟାନ୍ୟ ଜୈବ ଉତ୍ପାଦର ରପ୍ତାନୀ ଏବେ ସୁଦ୍ଧା ଆରମ୍ଭ ହୋଇସାରିଛି ।
5) 236ଟି ପାର୍ସଲ ସ୍ୱତନ୍ତ୍ର ଟ୍ରେନ (ସେଥି ମଧ୍ୟରୁ 171ଟି ସମୟ ନିର୍ଘଣ୍ଟରେ ଥିବା ପାର୍ସଲ ଟ୍ରେନ୍)କୁ 67ଟି ରୁଟରେ ପ୍ରବର୍ତ୍ତନ କରି ରେଳବାଇ ନଷ୍ଟଯୋଗ୍ୟ କୃଷିଜାତ ଦ୍ରବ୍ୟ, କୃଷି ଇନପୁଟ୍, କ୍ଷୀର ଏବଂ କ୍ଷୀରଜାତ ଉତ୍ପାଦ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଅତି ଶୀଘ୍ର ପ୍ରେରଣ କରିଛି ଯାହାକି କୃଷକ/ ଏଫପିଓ/ବ୍ୟବସାୟୀ ଓ କମ୍ପାନୀମାନଙ୍କୁ ଏହି ଯୋଗାଣ ଚେନକୁ ଦେଶବ୍ୟାପି ଜାରି ରଖିବା ନିମନ୍ତେ ସକ୍ଷମ ହୋଇପାରିଛନ୍ତି । ଦେଶର ପ୍ରମୁଖ ସହର ସହିତ ନିୟମିତ ସଂଯୋଗ ଜାରି ରଖିବା ଦିଗରେ ରେଳବାଇ ବିଶେଷ ଯତ୍ନବାନ ହୋଇଛି ଏବଂ ରାଜ୍ୟ ସଦର ମହକୁମାରୁ ରାଜ୍ୟର ଅନ୍ୟାନ୍ୟ ଭାଗକୁ ମଧ୍ୟ ସଂଯୋଗ ସ୍ଥାପନ କରିବାରେ ସହାୟକ ହୋଇଛି ।
6) ରେଳବାଇ ପାର୍ସଲ ଭ୍ୟାନ ବ୍ୟବସ୍ଥା କରି ଇ-କମର୍ସ ବସ୍ତୁ ଓ ରାଜ୍ୟ ସରକାରଙ୍କ ସହ ଅନ୍ୟାନ୍ୟ ଉପଭୋକ୍ତାମାନଙ୍କୁ ବିଭିନ୍ନ ସାମଗ୍ରୀ ଯଥା ଶୀଘ୍ର ପହଞ୍ଚାଇପାରିଛି ।
7) ପାର୍ସଲ ସ୍ପେଶାଲ ଟ୍ରେନ୍ ସଂପର୍କୀତ ବିସ୍ତୃତ ବିବରଣୀର ଲିଙ୍କ୍ ଭାରତୀୟ ରେଳବାଇର ୱେବସାଇଟ୍ (indianrailways.gov.in)ରେ ଉପଲବ୍ଧ ଏବଂ ପାର୍ସଲ ସ୍ପେଶାଲ୍ ଟ୍ରେନ୍ ସଂପର୍କୀତ ପ୍ରତ୍ୟକ୍ଷ ଲିଙ୍କର ବିସ୍ତୃତ ବିବରଣୀ ନିମ୍ନ ୱେବସାଇଟ୍ରେ କରାଯାଇପାରିବ:
https://enquiry.indianrail.gov.in/mntes/q?opt=TrainRunning&subOpt=splTrnDtl
***********
(ରିଲିଜ ଆଡି: 1613607)
ପରିଦର୍ଶକ କାଉଣ୍ଟର : 80