PIB Headquarters

କୃଷି କ୍ଷେତ୍ରରେ ଲକଡାଉନକୁ ଅଧିକ କୋହଳ

• କୃଷି ଯନ୍ତ୍ରପାତି, ଯନ୍ତ୍ରାଂଶ ଓ ମରାମତି ଦୋକାନ ରାଜପଥ କଡରେ ଥିବା ଟ୍ରକ ମରାମତି ଦୋକାନ, ଚା ବଗିଚା ଓ ଶିଳ୍ପ ପାଇଁ କୋହଳ ନୀତି
• କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ଲକଡାଉନ ନେଇ ଚତୁର୍ଥ ପରିଶିଷ୍ଟ ଜାରି
• କୃଷି ଓ ଆନୁସଙ୍ଗିକ କ୍ଷେତ୍ରର କୃଷକ ଓ ଶ୍ରମିକ ହେବେ ଲାଭାନ୍ୱିତ

ପୋଷ୍ଟ କରାଯିବା ଦିନାଙ୍କ: 04 APR 2020 10:45AM by PIB Bhubaneswar

କରୋନା ମହାମାରୀ ଲାଗି ଘୋଷିତ 21 ଦିନିଆ ଲକଡାଉନ ବଳବତ୍ତର ଥିବା ସତ୍ଵେ କେନ୍ଦ୍ର ସରକାର କୃଷିଭିତ୍ତିକ କ୍ଷେତ୍ରରେ କେତେକ କୋହଳ ମନୋଭାବ ପୋଷଣ କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଥିନେଇ ବିଜ୍ଞପ୍ତିର ଚତୁର୍ଥ ପରିଶିଷ୍ଟ ପ୍ରକାଶ ପାଇଛି

ପରିଶିଷ୍ଟ ଅନୁସାରେ କୃଷି ଯନ୍ତ୍ରପାତି, ଏହାର ସୂକ୍ଷ୍ମ ଯନ୍ତ୍ରାଂଶକୁ ନେଇ ବ୍ୟବସାୟ କରୁଥିବା ଦୋକାନ, ରାଜପଥ କଡ ତଥା ପେଟ୍ରୋଲ ପମ୍ପ ନିକଟରେ ଥିବା ଟ୍ରକ ମରାମତି ଦୋକାନଗୁଡିକ ଶସ୍ୟ ପରିବହନର ସୁବିଧା ଲାଗି ଖୋଲା ରହିବ । ଏହାବ୍ୟତୀତ ଚା ଶିଳ୍ପ ଓ ଚା ବଗିଚାଗୁଡିକ ସର୍ବାଧିକ 50 ପ୍ରତିଶତ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରିବ ।  କୃଷି ଓ ଆନୁସଙ୍ଗିକ କ୍ଷେତ୍ରର କୃଷକ ଓ ଶ୍ରମିକମାନେ ଅଧିକ ଲାଭାନ୍ଵିତ ହେବେ । ଉପଯୁକ୍ତ ସ୍ଵଚ୍ଛତା ଓ ସାମାଜିକ ଦୁରତ୍ଵକୁ ମାନିବାକୁ ସଂସ୍ଥାର ମାଳିକାମାନେ ବାଧ୍ୟ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶଗୁଡ଼ିକୁ କଡାକଡି ପାଳନ କରାଇବା ଲାଗି ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି

 

**********


(ରିଲିଜ ଆଡି: 1611257) ପରିଦର୍ଶକ କାଉଣ୍ଟର : 70