ଇସ୍ପାତ ମନ୍ତ୍ରଣାଳୟ

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଭିଡ-19 ଭିଡିଓ କନଫରେନ୍ସି

ପୋଷ୍ଟ କରାଯିବା ଦିନାଙ୍କ: 31 MAR 2020 8:26PM by PIB Bhubaneswar

କୋଭିଡ-19କୁ ନେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ଏବଂ ଇସ୍ପାତ ମନ୍ତ୍ରଣାଳୟ ଅନ୍ତର୍ଗତ ସିପିଏସ୍ଇର ଅଧିକାରୀମାନଙ୍କ ସହ ଏକ ଭିଡିଓ କନଫରେନ୍ସିଂ କରିଛନ୍ତି । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମ୍ମିଳନୀରେ କେତେକ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ ଉଦ୍ୟୋଗ, ସରକାର ଜାରି କରିଥିବା ସାମାଜିକ ଦୂରତ୍ୱ ନିୟମାବଳୀକୁ ମାନିବେ । ସରକାରୀ ଉଦ୍ୟୋଗଗୁଡ଼ିକ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ଇସ୍ପାତ ପ୍ରାଧିକରଣ)ର କର୍ମଚାରୀମାନେ ରହୁଥିବା ସ୍ଥାନରେ ଆବଶ୍ୟକ ହେଲେ ନିୟମାବଳୀ ସଂପର୍କରେ ଅବଗତ କରାଇବା ସହ କଲ୍ୟାଣମୂଳକ କାର୍ଯ୍ୟ କରିପାରିବେ । ଏହି ପରିପ୍ରେକ୍ଷୀରେ ଦାଦନ ଶ୍ରମିକ ଓ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ପାଇଁ ଅନ୍ନଦାନ ଯୋଜନାକୁ ସେମାନେ ଖୁବଶୀଘ୍ର ହାତକୁ ନେଇପାରିବେ । ଉଦ୍ୟୋଗଗୁଡ଼ିକ ସିଏସଆର ପାଣ୍ଠିରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ସହାୟତା ପ୍ରଦାନ କରିବେ ।

 

**********


(ରିଲିଜ ଆଡି: 1609683) ପରିଦର୍ଶକ କାଉଣ୍ଟର : 145
ଏହି ରିଲିଜ ପଢନ୍ତୁ : English