ପର୍ଯ୍ୟଟନ ମନ୍ତ୍ରଣାଳୟ

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଆରମ୍ଭ ହେଲା ‘ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ’ ପୋର୍ଟାଲ

Posted On: 31 MAR 2020 8:18PM by PIB Bhubaneshwar

ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ସୂଚନା ଦେବା ତଥା ସେମାନଙ୍କ ସୁବିଧା ସୁଯୋଗ ବୁଝିବା ପାଇଁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ପୋର୍ଟାଲ ଆରମ୍ଭ କରିଛି । ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆନାମକ ଏହି ପୋର୍ଟାଲ ଫସି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ବିଭିନ୍ନ କାର୍ଯ୍ୟପାଇଁ ସହାୟକ ହେବ । କରୋନା ଯୋଗୁ ହୋଇଥିବା ଅଭୂତପୂର୍ବ ପରିସ୍ଥିତିରୁ ବିଶେଷକରି ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଏହି ପୋର୍ଟାଲ ଜରିଆରେ ବିଭିନ୍ନ ବିଷୟ ଜାଣିପାରିବେ । ପର୍ଯ୍ୟଟକମାନଙ୍କ ସୁବିଧା ଅସୁବିଧା ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସତର୍କ ରହିଛି । ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ଡଟକମ ନାମକ ଏହି ପୋର୍ଟାଲରେ ପର୍ଯ୍ୟଟକମାନଙ୍କ ପାଇଁ କେତେକ ଅତ୍ୟାବଶ୍ୟକ ନିର୍ଦ୍ଦେଶାବଳୀ ଦିଆଯାଇଛି ।

କୋଭିଡି-19 ହେଲପଲାଇନ ସଂପର୍କିତ ସୁବିସ୍ତୃତ ତଥ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନିୟନ୍ତ୍ରଣ କେନ୍ଦ୍ର, ବିଭିନ୍ନ ରାଜ୍ୟର ଆଂଚଳିକ ପର୍ଯ୍ୟଟନସ୍ଥଳୀ ଓ ଆବଶ୍ୟକ କର୍ତ୍ତୃପକ୍ଷଙ୍କ ଯୋଗାଯୋଗ ବିଷୟରେ ସୂଚନା ମିଳିପାରିବ । ଏହି ୱେବସାଇଟ୍ ପର୍ଯ୍ୟଟନ ୱେବସାଇଟରେ ସ୍ଥାନୀତ ହୋଇଛି । ଏ ସଂପର୍କରେ ଅଧିକ ଜାଣିବା ପାଇଁ ଷ୍ଟ୍ରାଣ୍ଡେଡ ଇଣ୍ଡିଆ ଡଟକମ କିମ୍ବା ୟୁଟେଡିବଲ ଇଣ୍ଡିଆଡଟ୍ ଓଆରଭିରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

 

**********



(Release ID: 1609678) Visitor Counter : 285


Read this release in: English