ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଲକଡାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସଂସ୍ଥାକୁ ରିହାତି

Posted On: 30 MAR 2020 7:31PM by PIB Bhubaneshwar

କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ ପ୍ରଭାବରେ ଅନେକ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି କିମ୍ବା କେତେକ ଜରୁରିକାଳୀନ ସେବା ଅଳ୍ପ କର୍ମଚାରୀଙ୍କ ସହାୟତାରେ ଚାଲୁ ରଖାଯାଇଛି । ଏଥିରୁ ଉତ୍ପନ୍ନ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଆର୍ଥିକ ଜୋନରେ କାର୍ଯ୍ୟରତ ବିଭିନ୍ନ ୟୁନିଟ ପାଇଁ କୋହଳ ନିୟମ ଘୋଷଣା କରିଛି ।

ସ୍ୱତନ୍ତ୍ର ଆର୍ଥିକ ଜୋନରେ 5 ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଥିବା ବା ବାଣିଜ୍ୟିକ କାରବାର ଆରମ୍ଭ କରିବାକୁ ଯାଉଥିବା ୟୁନିଟ ପାଇଁ ବାର୍ଷିକ କାର୍ଯ୍ୟ ଦକ୍ଷତା ରିପୋର୍ଟ ବା ଅନୁମୋଦନ ପ୍ରମାଣପତ୍ରର ଅବଧି ନେଇ ରିହାତି ଘୋଷଣା କରାଯାଇଛି । ଏଥିରେ କାର୍ଯ୍ୟରତ କମ୍ପାନୀ ବା ସଂସ୍ଥାଗୁଡିକର ଅବଧି ଶେଷ ହେଉଥିଲେ ବା କୌଣସି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରୁନଥିଲେ ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସ୍ୱତନ୍ତ୍ର ଆର୍ଥିକ ଜୋନର ଉନ୍ନୟନ ଆୟୁକ୍ତମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତାଛଡା ସେମାନଙ୍କ ଅନୁମୋଦନ ପତ୍ରର ଅବଧି ଶେଷ ହେବାକୁ ଯାଉଥିଲେ ସେଗୁଡିକୁ ଅନଲାଇନରେ ସମୟକ୍ରମେ ଅନୁମୋଦନ କରିବାକୁ କୁହାଯାଇଛି । ଯେଉଁଠି ଇ-ଆପ୍ରୁଭାଲ ସମ୍ଭବ ନୁହେଁ ଓ ସଂସ୍ଥାକୁ ବ୍ୟକ୍ତିଗତ ଭାବେ ଉପସ୍ଥିତି ହେବାକୁ ଆବଶ୍ୟକତା ରହିଛି, ସେ କ୍ଷେତ୍ରରେ ଅବଧି ପୂରଣ ହେଉଥିଲେ ମଧ୍ୟ ସଂସ୍ଥା ଯେପରି ଅସୁବିଧାରେ ନ ପଡେ, ତାହାର ବ୍ୟବସ୍ଥା କରିବାକୁ ଉନ୍ନୟନ ଆୟୁକ୍ତମାନଙ୍କୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଆସନ୍ତା ଜୁନ 30 ତାରିଖ ପର୍ଯ୍ୟନ୍ତ ସାମୟିକ ଅନୁମୋଦନ ଦେବା କିମ୍ବା ବିବାଦୀୟ ଚୁଡାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଯାଇଛି ।

 

**********



(Release ID: 1609356) Visitor Counter : 201


Read this release in: English