ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ19 ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ସ୍ଵାସ୍ଥ୍ୟକର୍ମୀଙ୍କୁ ବୀମା ସୁବିଧା

ପୋଷ୍ଟ କରାଯିବା ଦିନାଙ୍କ: 29 MAR 2020 8:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଘୋଷଣା ଅନୁଯାୟୀ କୋଭିଡ19 ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ସ୍ଵାସ୍ଥ୍ୟକର୍ମୀଙ୍କୁ ବୀମା ସୁବିଧା ପ୍ରଦାନ କରିବା ପ୍ରସ୍ତାବକୁ ନିମ୍ନଲିଖିତ ସର୍ତ୍ତ ସହ ଅନୁମୋଦନ କରାଯାଇଛି

  1. ଏହି ଯୋଜନା ଅନ୍ତର୍ଗତ 90 ଦିନ ଅବଧି ଲାଗି 22.12 ଲକ୍ଷ ସ୍ଵାସ୍ଥ୍ୟକର୍ମୀଙ୍କୁ 50 ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯିବ ଯେଉଁମାନେ କି କୋଭିଡ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ଥିବେ ଓ ସିଧାସଳଖ ଭାବେ ତାଙ୍କ ସମ୍ପର୍କରେ ଆସୁଥିବେ ଗୋଷ୍ଠୀ ସ୍ଵାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ । କୋଭିଡ19 ସଂକ୍ରମଣ ହେତୁ ଆକସ୍ମିକ ଜୀବନହାନୀ କ୍ଷେତ୍ରରେ ମଧ୍ୟ ଏହି ବୀମା ସୁବିଧା ପ୍ରଦାନ କରାଯିବ ।
  2. ଏହି ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିୟୋଜିତ ବେସରକାରୀ, ଅବସରପ୍ରାପ୍ତ, ଚୁକ୍ତିଭୂକ୍ତ ଓ ସାମୟିକ ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଏହି ସୁବିଧାର ଲାଭ ମିଳିବ  କିନ୍ତୁ ଏହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ସଂଖ୍ୟା ଉପରେ ନିର୍ଭରଶୀଳ ।   
  3. ଏହି ବୀମା ଯୋଜନା ଅନ୍ତର୍ଗତ ସୁବିଧା ହିତାଧିକାରୀଙ୍କ ଦ୍ଵାରା କରାଯାଇଥିବା ଅନ୍ୟ ସମସ୍ତ ବୀମା ଯୋଜନାର ଉର୍ଦ୍ଧ୍ଵରେ ଓ ସେମାନଙ୍କ ପରିସରଭୁକ୍ତ ହେବନାହିଁ

*****

 


(ରିଲିଜ ଆଡି: 1609135) ପରିଦର୍ଶକ କାଉଣ୍ଟର : 351

ପୃଷ୍ଠଭୂମି ରିଲିଜ ଦେଖନ୍ତୁ

Pradhan Mantri Garib Kalyan Package: Insurance Scheme for Health Workers Fighting COVID-19
ଏହି ରିଲିଜ ପଢନ୍ତୁ : English