ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କରୋନା ପାଇଁ ଇପିଏଫଓ ନିୟମ ବଦଳିଲା

• କର୍ମଚାରୀଙ୍କୁ ଅଣଫେରସ୍ତ ଯୋଗ୍ୟ ଅଗ୍ରୀମ ଉଠାଣର ସୁବିଧା

ପୋଷ୍ଟ କରାଯିବା ଦିନାଙ୍କ: 29 MAR 2020 7:46PM by PIB Bhubaneswar

କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓ ଅନ୍ତର୍ଭୁକ୍ତ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଇପିଏଫ ଯୋଜନା 1952ର ସଂଶୋଧନ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇପିଏଫଓ କର୍ମଚାରୀଙ୍କୁ ନିଜ ଭବିଷ୍ୟ ପାଣ୍ଠିରୁ ଅଣ ପରିଶୋଧଯୋଗ୍ୟ ଅଗ୍ରୀମ (ନନ ରିଫଣ୍ଡେବଲ ଆଡଭାନ୍ସ) ଉଠାଣର ସୁଯୋଗ ଦେବାପାଇଁ ଏହି ବ୍ୟବସ୍ଥା କରାଯାଇଛିବିଜ୍ଞପ୍ତି ଅନୁସାରେ ଇପିଏଫ୍ଓ ସଦସ୍ୟ ନିଜ ଭବିଷ୍ୟନିଧି ପାଣ୍ଠିରୁ ଏକକାଳୀନ ତିନିମାସର ବେତନ ଉଠାଇପାରିବେ । ଏଥିରେ ମୂଳ ଦରମା ଓ ମହଙ୍ଗା ଭତ୍ତାକୁ କେବଳ ହିସାବକୁ ନିଆଯିବ । ଏହାଛଡ଼ା ପାଣ୍ଠିର ସଦସ୍ୟ ଚାହିଁଲେ ନିଜ ଖାତାରେ ଜମାଥିବା ବ୍ୟକ୍ତିଗତ ରାଶିର ସର୍ବାଧିକ 75 ଶତକଡା ଉଠାଇପାରିବେ । ଏହି ଦୁଇଟି ଉଠାଣ ଗୁଡ଼ିକରୁ ମାତ୍ର ଗୋଟିଏ ବିକଳ୍ପ ଇପିଏଓଫ ସଦସ୍ୟ ପାଇବେ ଏବଂ ସେଥିପାଇଁ ସେମାନଙ୍କୁ ପରବର୍ତ୍ତୀ ସମୟରେ ସୁଝିବାକୁ ପଡ଼ିବ ନାହିଁ । ଏହି ସଂଶୋଧିତ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପ୍ରଦେଶିକ ଓ ଆଂଚଳିକ ଅଫିସକୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ମୁକାବିଲା ପାଇଁ ଦେଶର ସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଆବଶ୍ୟକ ଅର୍ଥ ସଂଗ୍ରହରେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସେଥିପାଇଁ ଭବିଷ୍ୟନିଧି ଆଇନ 1952ର ସଂଶୋଧନ କରାଯାଇ ପାରା 68ଏଲ ଅଧୀନରେ ଏକ ଉପପାରା (3) ଯୋଗ କରାଯାଇଛି ।

 

**********


(ରିଲିଜ ଆଡି: 1609111) ପରିଦର୍ଶକ କାଉଣ୍ଟର : 273
ଏହି ରିଲିଜ ପଢନ୍ତୁ : English