ରେଳ ମନ୍ତ୍ରଣାଳୟ

ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରସ୍ତ କରିବ ଭାରତୀୟ ରେଳପଥ

• 21 ମାର୍ଚ୍ଚରୁ 14 ଏପ୍ରିଲ 2020 ପର୍ଯ୍ୟନ୍ତ ଯାତ୍ରା ଅବଧିର ସମସ୍ତ ବାତିଲ ଟିକେଟ ପାଇଁ ଅର୍ଥ ଫେରିପାଇବେ ଯାତ୍ରୀ

Posted On: 28 MAR 2020 10:39AM by PIB Bhubaneshwar

କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । ସେଥିପାଇଁ ସମସ୍ତ ଯାତ୍ରୀ ଟ୍ରେନ ଏବଂ ସମସ୍ତ ଯାତ୍ରୀଙ୍କ ଟିକେଟକୁ 14 ଏପ୍ରିଲ 2020 ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି 21 ମାର୍ଚ୍ଚରୁ ଆରମ୍ଭ କରି 14 ଏପ୍ରିଲ 2020 ପର୍ଯ୍ୟନ୍ତ ଯାତ୍ରା ଅବଧିର ସମସ୍ତ ଟିକେଟ ବାବଦ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବା ଲାଗି ଭାରତୀୟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଛି । ଟିକେଟ ଅର୍ଥ ଫେରସ୍ତ ନିୟମରେ ଛାଡ଼ ଜାରି ରଖିବା ଲାଗି 21-03-2020ରେ କାର୍ଯ୍ୟକାରୀ ହୋଇଥିବା ନିର୍ଦ୍ଦେଶ ଅତିରିକ୍ତ ଏହି ପଦକ୍ଷେପ ନିଆଯିବ । ଟିକେଟ ଅର୍ଥ ଫେରସ୍ତ ପ୍ରକ୍ରିୟା ନିମ୍ନମତେ କରାଯିବ :

1.     କାଉଣ୍ଟରରେ ବୁକିଂ ହୋଇଥିବା ପିଆରଏସ ଟିକେଟ :

କ. 27.03.2020 ପୂର୍ବରୁ ବାତିଲ କରାଯାଇଥିବା ଟିକେଟ : ଟିଡିଆର (ଟିକେଟ ଜମା ରସିଦ) ଯାତ୍ରୀଙ୍କ ଦ୍ୱାରା ପୂରଣ କରାଯିବ ଯେଉଁଥିରେ ଯାତ୍ରା ବିବରଣୀ ରହିବ । ରିଫଣ୍ଡ ବାଲାନ୍ସ ଅର୍ଥ ପାଇବା ଲାଗି ପୂରଣ ହୋଇଥିବା ଫର୍ମ ଯେକୌଣସି ଜୋନାଲ ରେଳ ମୁଖ୍ୟାଳୟ ବାଣିଜ୍ୟିକ ପ୍ରବନ୍ଧକ (ସିସିଏମ) (ଦାବି) କିମ୍ବା ମୁଖ୍ୟ ଦାବି ଅଧିକାରୀ (ସିସିଓ)ଙ୍କ ନିକଟରେ 21 ଜୁନ 2020 ସୁଦ୍ଧା ଜମା କରିବାକୁ ହେବ । ରେଳପଥ ପକ୍ଷରୁ ବ୍ୟବହାରିକ ଉପଯୋଗ ପାଇଁ ଉଦ୍ଦିଷ୍ଟ ଫର୍ମ ପ୍ରଦାନ କରାଯିବ । ଯାହା ମାଧ୍ୟମରେ ଯାତ୍ରୀ ଟିକେଟ ରଦ୍ଦ କରିବା ସମୟରେ କଟାଯାଇଥିବା ଅର୍ଥରାଶି ଫେରାଇ ନେବାର ଲାଭ ପାଇପାରିବେ ।

ଖ. 27.03.2020 ପୂର୍ବରୁ ବାତିଲ ହୋଇଥିବା ଟିକେଟ: ଏପରି ରଦ୍ଦ କରାଯାଇଥିବା ସମସ୍ତ ଟିକେଟ ପାଇଁ ଦେୟ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ ।

2. ଇ ଟିକେଟ :

କ. 27.03.2020 ପୂର୍ବରୁ ବାତିଲ ହୋଇଥିବା ଟିକେଟ : ବାଲାନ୍ସ ରିଫଣ୍ଡ ରାଶି ଯାତ୍ରୀଙ୍କ ସେହି ଆକାଉଣ୍ଟରେ ଜମା କରି ଦିଆଯିବ ଯେଉଁ ଆକାଉଣ୍ଟ ଜରିଆରେ ଟିକେଟ ବୁକିଂ କରାଯାଇଥିଲା । ଆଇଆରସିଟିସି ବାଲାନ୍ସ ରିଫଣ୍ଡ ରାଶି ପ୍ରଦାନ କରିବା ଲାଗି ଏକ ବ୍ୟବହାରିକ ଚାର୍ଟ ପ୍ରସ୍ତୁତ କରିବ ।

ଖ. 27.03.2020 ପରେ ବାତିଲ ହୋଇଥିବା ଟିକେଟ : ଏପରି ବାତିଲ ହୋଇଥିବା ସମସ୍ତ ଟିକେଟର ସମ୍ପୂର୍ଣ୍ଣ ଦେୟ ଫେରସ୍ତ ହେବ । ଏଥିପାଇଁ ପୂର୍ବରୁ ବ୍ୟବସ୍ଥା କରାଯାଇସାରିଛି ।

 

***********

 



(Release ID: 1608948) Visitor Counter : 152


Read this release in: English