ଶକ୍ତି ମନ୍ତ୍ରଣାଳୟ

କୋଭିଡ-19 ଲକଡାଉନ ପରିପ୍ରେକ୍ଷୀରେ ଶକ୍ତି ମନ୍ତ୍ରୀଙ୍କ ଘୋଷଣା

• ଲକଡାଉନ କାଳରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ନିଶ୍ଚିତ କରିବ ଅହୋରାତ୍ର ବିଜୁଳି ଯୋଗାଣ
• ପେମେଣ୍ଟ ସିକ୍ୟୁରିଟିରେ ଶତକଡା 50 ଭାଗ ହ୍ରସ
• ବିଦ୍ୟୁତ ସରବରାହ ଲାଇସେନ୍ସ ଓ ଉପଭୋକ୍ତାଙ୍କ ଦେୟ ପଇଠ ଅବଧି ତିନି ମାସ ଲାଗି ସ୍ଥଗିତ
• ଏହିଭଳି ନିର୍ଦ୍ଦେଶ ଜାରି କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ

Posted On: 28 MAR 2020 7:22PM by PIB Bhubaneshwar

କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ବିଦ୍ୟୁତ ଉତ୍ପାଦନ, ସରବରାହ, ବଣ୍ଟନ ଓ ଏହାର ପଦ୍ଧତିଗତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀମାନେ ଅହୋରାତ୍ର ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ଶକ୍ତି ମନ୍ତ୍ରଣାଳୟ ଏହାର ସମସ୍ତ ଉପଭୋକ୍ତାମାନଙ୍କୁ ବିଜୁଳି ଶକ୍ତି ଯୋଗାଇବାରେ ପ୍ରତିଶୃତିବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ କହିଛନ୍ତି । 

ଶ୍ରୀ ସିଂ କହିଛନ୍ତି ଯେ, ଦେଶର ଶତକଡା 70 ଭାଗ ବିଦ୍ୟୁତ ଶକ୍ତି ତାପଜ ଶ୍ରେଣୀୟ । ସେ ଦୃଷ୍ଟିରୁ ତାପଜ ଶକ୍ତି କେନ୍ଦ୍ରଗୁଡିକୁ କୋଇଲାର ନିରବଚ୍ଛିନ୍ନ ପରିବହନ ଯେପରି ଜାରି ରହେ, ତାଙ୍କ ମନ୍ତ୍ରଣାଳୟ ରେଳ ଓ କୋଇଲା ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହିଛି ।

ଲକଡାଉନ ଯୋଗୁଁ ଉପଭୋକ୍ତାମାନେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡିକୁ ସେମାନଙ୍କ ଦେୟ ଯଥା ସମୟରେ ପୈଠ କରିପାରୁନାହାନ୍ତି । ସେ ଦୃଷ୍ଟିରୁ ବଣ୍ଟନକାରୀ କମ୍ପାନୀଗୁଡିକ ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକୁ ସେମାନଙ୍କର ଧାର୍ଯ୍ୟ ଦେୟ ପୈଠ କରିପାରୁନାହାନ୍ତି । ସେ ଦୃଷ୍ଟିରୁ ଶକ୍ତି ମନ୍ତ୍ରୀ ଶକ୍ତି କ୍ଷେତ୍ରକୁ କେତକ ରିହାତିର ଅନୁମୋଦନ କରିଛନ୍ତି । ପରିବଣ୍ଟନ କମ୍ପନୀଗୁଡିକର ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ନିଆଯାଇଛି ।

1.     ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକ ସେମାନଙ୍କର ଦେୟ ପୈଠ ନ ହୋଇଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବେ । ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ବିଦ୍ୟୁତ ଯୋଗାଣ କୌଣସିମତେ ହ୍ରାସ କରାଯିବ ନାହିଁ ।

2.     ଆଗାମୀ 30 ଜୁନ ପର୍ଯ୍ୟନ୍ତ ସିକ୍ୟୁରିଟି ବାବଦ ଅର୍ଥ ଜମା ସ୍ଥିତି ବଳବତ୍ତର ରହିବ ।

3.     3 ମାସର ମହଲତ ଦେବା ପାଇଁ ଏଥିନେଇ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସେହିଭଳି ନିର୍ଦ୍ଦେଶ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଦେବା ଲାଗି ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।

 

**********



(Release ID: 1608898) Visitor Counter : 129


Read this release in: English