ଯୋଗାଯୋଗ ମନ୍ତ୍ରଣାଳୟ
ପୋଷ୍ଟ ଅଫିସ ଜରିଆରେ କୋଭିଡ-19 ଲକଡାଉନ ସମୟରେ ମୌଳିକ ଡାକ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯିବ
Posted On:
27 MAR 2020 11:57AM by PIB Bhubaneshwar
କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲକଡାଉନ ସମୟରେ ପୋଷ୍ଟ ଅଫିସଗୁଡ଼ିକ ଜରିଆରେ ମୌଳିକ ଡାକ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯିବ । ଡାକ ନେଟୱର୍କ ଜରିଆରେ ଜରୁରି ସାମଗ୍ରୀ ଯୋଗାଣ ଉପରେ ପ୍ରାଥମିକତା ଦିଆଯାଉଛି । ପୋଷ୍ଟ ଅଫିସ ସେଭିଂସ ବ୍ୟାଙ୍କ ଏବଂ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ଟଙ୍କା ଜମା ଏବଂ ଉଠାଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଯେକୌଣସି ବ୍ୟାଙ୍କରେ ଥିବା ଆକାଉଂଟରୁ ଟଙ୍କା ଉଠାଇବା ଲାଗି ପୋଷ୍ଟ ଅଫିସଗୁଡ଼ିକରେ ଏଟିଏମ ସୁବିଧା ଏବଂ ଆଧାର ସଂଯୁକ୍ତ ପଇଠ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।
ଡାକ ବିଭାଗ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସମସ୍ତ ସତର୍କତା ପଦକ୍ଷେପକୁ କାର୍ଯ୍ୟକାରୀ କରିଛି । ଏଥିସହିତ ନାଗରିକମାନଙ୍କ ନିକଟରେ ପୋଷ୍ଟ ଅଫିସ ଶୃଙ୍ଖଳ ଚକ୍ର ଜରିଆରେ ଜରୁରି ସେବା ନିରାପଦ ଭାବେ ପହଁଚାଇବା ଲାଗି ପ୍ରଭାବୀ ପଦକ୍ଷେପ ଗ୍ରହଣ କରୁଛି ।
**********
(Release ID: 1608745)
Visitor Counter : 136