ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଓ ଆବୁଧାବି ରାଜାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 26 MAR 2020 11:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଆଜି ଆବୁଧାବି ରାଜା ମାନ୍ୟବର ଶେଖ୍ ମହମ୍ମଦ ବିନ୍ ଅଲ୍ ନାହୟାନଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲେ ।

ଏବେ ଜାରି ରହିଥିବା କୋଭିଡ୍-19 ମହାମାରୀ ଯୋଗୁ ସେମାନଙ୍କ ରାଷ୍ଟ୍ରର ସ୍ଥିତି ତଥା ସେମାନଙ୍କ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଉଭୟ ନେତା ସୂଚନା ଓ ମତ ବିନିମୟ କରିଥିଲେ । ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଆଗାମୀ କିଛି ସପ୍ତାହ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ସମସ୍ତ ରାଷ୍ଟ୍ରର ମଜବୁତ ତଥା ସମନ୍ୱିତ ପଦକ୍ଷେପ ଜରୁରୀ ବୋଲି ଉଭୟ ନେତା ସହମତ ହୋଇଥିଲେ । ଏ ପରିପ୍ରେକ୍ଷୀରେ ଜି20 ନେତୃବୃନ୍ଦଙ୍କ ମଧ୍ୟରେ ଭର୍ଚୁଆଲ ସମ୍ମିଳନୀକୁ ସେମାନେ ପ୍ରଶଂସା କରିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ଓ ସମୃଦ୍ଧ କରିବାର ପ୍ରାଧାନ୍ୟ ସମ୍ପର୍କରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ଅଧିକାରୀମାନଙ୍କ ମଧ୍ୟରେ ନିୟମିତ ଆଲୋଚନା ମୁଖ୍ୟତଃ ଲଜିଷ୍ଟିକ୍ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ ପାଇଁ ସେମାନେ ସହମତ ହୋଇଥିଲେ ।

ୟୁଏଇରେ ବାସ କରୁଥିବା ତଥା ତାଙ୍କ ଅର୍ଥନୀତିରେ ଅବଦାନ ରଖିଥିବା 2 ନିୟୁତ ଭାରତୀୟଙ୍କ ନିମନ୍ତେ ସବୁପ୍ରକାର ସୁବିଧା କରିବେ ବୋଲି ଆବୁଧାବି ରାଜା ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରତି ଦେଇଥିଲେ । ବର୍ତ୍ତମାନ ସ୍ଥିତିରେ ସେଠାରେ ବାସ କରୁଥିବା ଭାରତୀୟଙ୍କ ସ୍ୱାସ୍ଥ୍ୟ ଓ ନିରାପତା ପାଇଁ ଆବୁଧାବି ରାଜାଙ୍କ ବ୍ୟକ୍ତିଗତ ଗୁରୁତ୍ୱାରୋପ ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଆବୁଧାବି ରାଜା, ରାଜ ପରିବାର ତଥା ସମ୍ପୂର୍ଣ୍ଣ ରାଷ୍ଟ୍ରର ଜନତାଙ୍କର ଏକ ଉତମ ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଏହି ଶୁଭେଚ୍ଛା ନେଇ ଆବୁଧାବି ରାଜା ମଧ୍ୟ ସମାନ ଭାବେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

 

**********

 



(Release ID: 1608730) Visitor Counter : 85


Read this release in: English