ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ

ଲକଡାଉନ ଯୋଗୁଁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ପ୍ରକଳ୍ପ ଅବଧି ସମ୍ପ୍ରସାରିତ

Posted On: 26 MAR 2020 6:49PM by PIB Bhubaneshwar

ଲକଡାଉନ କାରଣରୁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟକ୍ଷମ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାଳ ବୃଦ୍ଧି ହେବ । ମନ୍ତ୍ରଣାଳୟ ସଚିବ ଶ୍ରୀ ଆନନ୍ଦ କୁମାର ଏକ ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ଯୋଗୁଁ ନିର୍ମାଣ କାର୍ଯ୍ୟ ବ୍ୟାହତ ହୋଇଥିବା ଦୃଷ୍ଟିରୁ ସେସବୁର କାର୍ଯ୍ୟକାଳ ବଢ଼ାଇବାର ଆବଶ୍ୟକତା ରହିଛି । ପୁନର୍ବାର ଲୋକଶକ୍ତି ଓ ଅନ୍ୟାଣୟ ସାଧନ ସଂଗ୍ରହ କରି କାମ ଆରମ୍ଭ କରିବାକୁ ସମୟର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ଦେଶରେ 21 ଦିନିଆ ଲକଡାଉନ ଘୋଷଣା କରିଥିଲେ । କରୋନା ଭୂତାଣୁ ସଂକ୍ରମଣ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଯୋଗାଣ ବ୍ୟବସ୍ଥା, ଲୋକଶକ୍ତି ଓ ଅନ୍ୟାନ୍ୟ ସାଧନ ଶୃଙ୍ଖଳକୁ ବ୍ୟାହତ କରିଛି । ଏହି ପରିପ୍ରେକ୍ଷୀରେ ଏସବୁ ପ୍ରକଳ୍ପର କାର୍ଯ୍ୟକାଳ ସମ୍ପ୍ରସାରଣ ନିଷ୍ପତି ସଂଯୁକ୍ତ ବିଭିନ୍ନ ପକ୍ଷଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।

 

**********



(Release ID: 1608372) Visitor Counter : 143


Read this release in: English