ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ, ପରିବହନ ଓ ସ୍ଥିତି ତଦାରଖ ପାଇଁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଖୋଲାଗଲା ନିୟନ୍ତ୍ରଣ କକ୍ଷ

प्रविष्टि तिथि: 26 MAR 2020 6:41PM by PIB Bhubaneswar

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି କରାଯାଇଥିବା ଲକଡାଉନ କାଳରେ ସାଧାରଣ ଜନତାଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ବିଭିନ୍ନ ସଂଯୁକ୍ତ ପକ୍ଷ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଉପଯୁକ୍ତ ତଦାରଖ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧିନରେ ଥିବା ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଏହି ଲକଡାଉନ ମାର୍ଚ୍ଚ 25ରୁ ଏପ୍ରିଲ 14 ଯାଏ ବିଭିନ୍ନ ସାମଗ୍ରୀର ଉତ୍ପାଦନ, ଯୋଗାଣ ଓ ପରିବହନ ବ୍ୟବସ୍ଥାର ତଦାରଖ ଏଇ ନିୟନ୍ତ୍ରଣ କକ୍ଷ ଦ୍ୱାରା କରାଯିବ ।

କୌଣସି ଉତ୍ପାଦନକାରୀ କମ୍ପାନୀ, ପରିବହନକାରୀ, ଇ-କମର୍ସ କମ୍ପାନୀ ସାମଗ୍ରୀର ପରିବହନ, ଆବଣ୍ଟନ କିମ୍ବା ସମ୍ବଳ ଯୋଗାଡରେ ଯଦି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ସେମାନଙ୍କ ଅସୁବିଧା ବିଭାଗୀୟ ଟେଲିଫୋନ ନମ୍ବର +91 11 23062487, ଇ-ମେଲ : controlroom-dpiit[at]gov[dot]in ମାଧ୍ୟମରେ ବିଭାଗକୁ ଜଣାଇପାରିବେ । ଟେଲିଫୋନ ନମ୍ବର ସକାଳ 8 ଘଟିକାରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ବିଭିନ୍ନ ପକ୍ଷଙ୍କ ଦ୍ୱାରା ଉପସ୍ଥାପିତ ପ୍ରସଙ୍ଗଗୁଡିକ ସମ୍ପର୍କରେ ବିଭାଗ ସମ୍ପୃକ୍ତ ରାଜ୍ୟ ସରକାର, ଜିଲ୍ଲା ଏବଂ ପୁଲିସ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରି ସମାଧାନର ବ୍ୟବସ୍ଥା କରିବେ ।

 

**********

 

 


(रिलीज़ आईडी: 1608369) आगंतुक पटल : 262
इस विज्ञप्ति को इन भाषाओं में पढ़ें: English