ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କରୋନା ମହାମାରୀ ସମ୍ପର୍କରେ ବାରଣାସୀର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

• ଧୈର୍ଯ୍ୟ, ସଂକଳ୍ପ ଓ ସମ୍ବେଦନଶୀଳତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• କରୋନା ଭୂତାଣୁ ଉପରେ ହେଲ୍ପ ଡେସ୍କ ନମ୍ବର ଜାରି କଲେ ପ୍ରଧାନମନ୍ତ୍ରୀ
• ମହାଭାରତ ଯୁଦ୍ଧ ଜିତିବା ଲାଗି 18ଦିନ ଲାଗିଥିଲା, କରୋନା ବିରୋଧରେ ଲଢ଼ିବାକୁ 21 ଦିନ ଆବଶ୍ୟକ : ପ୍ରଧାନମନ୍ତ୍ରୀ
• ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

Posted On: 25 MAR 2020 8:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ ଏହି ଅବସରରେ ସେ କହିଥିଲେ ଯେ ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ସେ ସେମାନଙ୍କ ଗହଣରେ ରହିବା କଥା ମାତ୍ର ଦିଲ୍ଲୀରେ ଚାଲିଥିବା ପରିସ୍ଥିତି କାରଣରୁ ତାହା ସମ୍ଭବ ହୋଇପାରୁନାହିଁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ୱେ ସେ ନିୟମିତ ଭାବେ ନିଜ ସହଯୋଗୀମାନଙ୍କ ଠାରୁ ବାରଣାସୀର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରୁଛନ୍ତି କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ

କରୋନା ଭୂତାଣୁ ବିରୋଧରେ ଦେଶର ଲଢ଼େଇକୁ ସବଳ କରିବା ଲାଗି ଦେବୀ ଶୈଳପୁତ୍ରୀଙ୍କ ନିକଟରେ ପରମ୍ପରା ମୁତାବକ ପ୍ରାର୍ଥନା କରିବା ନିମନ୍ତେ ବାରଣାସୀର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ସେ କହିଥିଲେ ଯେ, “ଅନେକ ସମୟରେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବର୍ତମାନ ଭାରତରେ ତାହା ହିଁ ଘଟୁଛି ତଥ୍ୟକୁ ବୁଝିବା ଏବଂ ଗୁଜବକୁ ବିଶ୍ୱାସ ନକରିବା ନିମନ୍ତେ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ ସେ ଆହୁରି କହିଥିଲେ ଯେ କରୋନା ଭୂତାଣୁ ଧନୀ ଗରିବଙ୍କ ମଧ୍ୟରେ ପ୍ରଭେଦ ଦେଖିନଥାଏ, ଏହା କାହାକୁ ମଧ୍ୟ ଛାଡ଼ିବ ନାହିଁ କାବୁଲ ଗୁରୁଦ୍ୱାରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜ୍ଞାପନ କରିଥିଲେ

କରୋନା ଭୂତାଣୁ ସମ୍ପର୍କରେ ସଠିକ ସୂଚନା ଦେବା ଲାଗି ହ୍ୱାଟ୍ସଆପ ସହିତ ମିଶି ସରକାର ଏକ ହେଲ୍ପ ଡେସ୍କ ପ୍ରତିଷ୍ଠା କରିଛନ୍ତି ଇଂରାଜୀ କିମ୍ବା ହିନ୍ଦୀରେନମସ୍ତେଲେଖି 9013151515 ହ୍ୱାଟ୍ସ ଆପ ନମ୍ବରରେ ମେସେଜ କଲେ ସଠିକ ସୂଚନା ମିଳିପାରିବ ମହାଭାରତ ଯୁଦ୍ଧରେ ଜିତିବା ଲାଗି 18 ଦିନ ଲାଗିଥିଲା କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ଭାରତକୁ 21 ଦିନ ଆବଶ୍ୟକ

ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ଯଦି ସେମାନେ ଡାକ୍ତର ନର୍ସଙ୍କୁ ଦୁର୍ବ୍ୟବହାର କରୁଥିବା କୌଣସି ସ୍ଥାନରେ ଦେଖନ୍ତି ତେବେ ସେମାନେ ଭୁଲ କାମ କରୁଥିବା ଲୋକମାନଙ୍କୁ ଚେତାଇଦେବା ଉଚିତ ଏହି କଷ୍ଟକର ସମୟରେ ସେବା ଯୋଗାଉଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ପେସାଦାରଙ୍କୁ ସହଯୋଗ କିମ୍ବା ସମର୍ଥନ କରୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଡିଜିପିମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଥିଲେ ସେ ଉଲ୍ଲେଖ କରିଥିଲେ ଯେ ଠିକ ସମୟରେ ଠିକ ପଦକ୍ଷେପ ଗ୍ରହଣ କରିବାରେ ଦେଶର ସାଧାରଣ ନାଗରିକ ବିଶ୍ୱାସ କରିଥାଏ ସେ କହିଥିଲେ, 22 ମାର୍ଚ୍ଚରେ ଦେଶର ସମସ୍ତ ନାଗରିକ ଜନତା କର୍ଫ୍ୟୁକୁ ସମର୍ଥନ କରିଥିଲେ ଏବଂ ପରେ ଅପରାହ୍ଣ 5ଟା ସମୟରେ ଜରୁରି ସେବା ଯୋଗାଇ ଦେଉଥିବା ପେସାଦାରମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ

ସେ ଆହୁରି କହିଥିଲେ ଯେ ଡାକ୍ତରଖାନାଗୁଡ଼ିକରେ ଧଳା ୟୁନିଫର୍ମରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟସେବା ପେସାଦାରମାନେ ଆମ ପାଇଁ ଭଗବାନ ସଦୃଶ ସେମାନେ ନିଜ ଜୀବନକୁ ବାଜି ଲଗାଇ ଆମକରୁ ରୋଗ କବଳରୁ ରକ୍ଷା କରୁଛନ୍ତି ସେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ

 

************



(Release ID: 1608192) Visitor Counter : 155


Read this release in: English