ରେଳ ମନ୍ତ୍ରଣାଳୟ

14 ଏପ୍ରିଲ, 2020 ରାତି 12ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ

• ଜରୁରି ସାମଗ୍ରୀ ଯୋଗାଣ ପାଇଁ ଚଳାଚଳ କରିବ ମାଲବାହୀ ଟ୍ରେନ

ପୋଷ୍ଟ କରାଯିବା ଦିନାଙ୍କ: 25 MAR 2020 8:10PM by PIB Bhubaneswar

କୋଭିଡ-19 ମହାମାରୀ ବ୍ୟାପିବାକୁ ଆଖି ଆଗରେ ରଖି ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନକୁ 14 ଏପ୍ରିଲ, 2020 ରାତି 12ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି ସମୟ ମଧ୍ୟରେ ସମସ୍ତ ମେଲ, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନ ସମେତ କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଉପନଗର ଅଂଚଳରେ ଚଳାଚଳ କରୁଥିବା ଟ୍ରେନ ସେବା ମଧ୍ୟ ବନ୍ଦ ରହିବ

ତେବେ ଜରୁରି ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଲାଗି ମାଲବାହୀ ଟ୍ରେନ ଚଳାଚଳ ପୂର୍ବପରି ଜାରି ରହିବ

 

*******


(ରିଲିଜ ଆଡି: 1608177) ପରିଦର୍ଶକ କାଉଣ୍ଟର : 183
ଏହି ରିଲିଜ ପଢନ୍ତୁ : English