ରେଳ ମନ୍ତ୍ରଣାଳୟ

14 ଏପ୍ରିଲ, 2020 ରାତି 12ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ

• ଜରୁରି ସାମଗ୍ରୀ ଯୋଗାଣ ପାଇଁ ଚଳାଚଳ କରିବ ମାଲବାହୀ ଟ୍ରେନ

ପୋଷ୍ଟ କରାଯିବା ଦିନାଙ୍କ: 25 MAR 2020 8:10PM by PIB Bhubaneswar

କୋଭିଡ-19 ମହାମାରୀ ବ୍ୟାପିବାକୁ ଆଖି ଆଗରେ ରଖି ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନକୁ 14 ଏପ୍ରିଲ, 2020 ରାତି 12ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏ ସମୟ ମଧ୍ୟରେ ସମସ୍ତ ମେଲ, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନ ସମେତ କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଂଚଳରେ ଚଳାଚଳ କରୁଥିବା ଟ୍ରେନ ସେବା ମଧ୍ୟ ବନ୍ଦ ରହିବ ।

ତେବେ ଜରୁରି ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଲାଗି ମାଲବାହୀ ଟ୍ରେନ ଚଳାଚଳ ପୂର୍ବପରି ଜାରି ରହିବ ।

 

*******


(ରିଲିଜ ଆଡି: 1608177) ପରିଦର୍ଶକ କାଉଣ୍ଟର : 187
ଏହି ରିଲିଜ ପଢନ୍ତୁ : English