ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଭିନ୍ନ ଉତ୍ସବ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

• ପରିସ୍ଥିତିକୁ ସୁଧାରିବା ଲାଗି ଏପରି ଉତ୍ସବ ଆମ ସଂକଳ୍ପକୁ ମଜବୁତ କରିଥାଏ – ପ୍ରଧାନମନ୍ତ୍ରୀ

प्रविष्टि तिथि: 25 MAR 2020 8:02PM by PIB Bhubaneswar

ଦେଶର ବିଭିନ୍ନ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକାଧିକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ଦେଶରେ ବିଭିନ୍ନ ପାରମ୍ପରିକ ପର୍ବ ପାଳନ କରିବା ସହିତ ନୂତନ ବର୍ଷର ଆରମ୍ଭ ମଧ୍ୟ ହେଉଛି । ଉଗାଦୀ, ଗୁଡି ପଡବା, ନବରୋଜ ଏବଂ ସାଜିବୁ ଚୈରାଓବାର ଶୁଭେଚ୍ଛା ଆଶା କରୁଛି ଏହି ଶୁଭ ଅବସର ଆମ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଏବଂ ସମୃଦ୍ଧି ଆଣିଦେଉ । 

ଆମେ ଏହି ପର୍ବଗୁଡିକୁ ଏଭଳି ଏକ ସମୟରେ ପାଳନ କରୁଛୁ ଯେତେବେଳେ ଆମ ଦେଶ କୋଭିଡ-19 ସଂକ୍ରମଣ ସହିତ ଲଢେଇ କରୁଛି । ଏହି ପର୍ବଗୁଡିକୁ ଆମେ ବର୍ତ୍ତମାନ ପରିସ୍ଥିତିରେ ସେହିଭଳି ପାଳନ କରିପାରିବା ନାହିଁ, ଯେଉଁଭଳି ଆମେ ସାଧାରଣ ଭାବେ ପାଳନ କରୁଥିଲେ କିନ୍ତୁ ବର୍ତ୍ତମାନର ପରିସ୍ଥିତିରୁ ଉଦ୍ଧାର ପାଇବା ଲାଗି ଏହି ପର୍ବଗୁଡିକ ଆମ ସଂକଳ୍ପକୁ ଅଧିକ ମଜବୁତ କରିବ । କୋଭିଡ-19 ସଂକ୍ରମଣ ସହିତ ଲଢେଇ କରିବା ଲାଗି ଆମେ ମିଳିମିଶି କାମ କରିବାକୁ ହେବ”

 

**********

 


(रिलीज़ आईडी: 1608171) आगंतुक पटल : 134
इस विज्ञप्ति को इन भाषाओं में पढ़ें: English