ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ମହାମାନ୍ୟ ଉର୍ସୁଲା ଭନ ଡେର ଲେୟେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 24 MAR 2020 3:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ମହାମାନ୍ୟ ଉର୍ସୁଲା ଭନ ଡେର ଲେୟେନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତିଏବେ ବିଶ୍ୱରେ ଜାରି ରହିଥିବା କୋଭିଡ-19 (କରୋନା ଭୂତାଣୁ) ମହାମାରୀର ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

କୋଭିଡ୍‌-19 ଯୋଗୁ ୟୁରୋପୀୟ ୟୁନିଅନରେ ଜୀବନ ଯାଇଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନିଜର ସମବେଦନା ଜଣାଇଥିଲେ । ଏହି ମହାମାରୀର ମୁକାବିଲା କରିବା ପାଇଁ ସମସ୍ତ ରାଷ୍ଟ୍ର ମଧ୍ୟରେ ସମନ୍ୱୟ ଓ ସହଯୋଗିତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହଭଳି ଭାରତରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ୟୁନିଅନ କମିଶନ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ ।

ମିସ ଭନ ଡେର ଲେୟେନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାରତରେ ରୋଗର ଦ୍ରୁତ ସଂକ୍ରମଣ ରୋକିବା ପାଇଁ ବେଶ ଆଗୁଆ ପଦକ୍ଷେପ ନେଇଛି । ଏହାସହ ଏଭଳି ସ୍ଥିତିରେ ଭାରତରେ ଥିବା ୟୁରୋପୀୟ ୟୁନିଅନର ନାଗରିକଙ୍କୁ ଯୋଗାଇ ଦିଆଯାଇଥିବା ସହାୟତାକୁ ସେ ପ୍ରଶଂସା କରିଥିଲେ ।

ମିସ ଭନ ଡେର ଲେୟେନ ଜରୁରୀ ସାମଗ୍ରୀ ଓ ମେଡିସିନ ଯୋଗାଣରେ ନିରନ୍ତରତା ବଜାୟ ରଖିବା ସହ ରୋଗ ପ୍ରତିଷେଧକ ଟୀକାର ବିକାଶ ଉଦ୍ଦେଶ୍ୟରେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।

ବର୍ତ୍ତମାନର ସ୍ଥିତିରେ ଜି-20 ଫ୍ରେମୱର୍କ ମଧ୍ୟରେ ସମ୍ଭାବ୍ୟ ସହଯୋଗିତା ଏବଂ ଆଗାମୀ ଭିଡିଓ କନଫରେନ୍ସିଂ ସମ୍ପର୍କରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।

 

**********



(Release ID: 1608083) Visitor Counter : 141


Read this release in: English