ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ବିରୋଧରେ ଭାରତର ଲଢ଼େଇରେ ବିଭିନ୍ନ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ ଜାରି ରଖିବେ ପ୍ରଧାନମନ୍ତ୍ରୀ

• ମହାମାରୀ କାରଣରୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ ସିଧାସଳଖ ସୂଚନା ପାଇଁ ଲାଗି ଦୃଢ଼ ପଦକ୍ଷେପ ଜାରି
• କରୋନା ଭୂତାଣୁ ବିରୋଧରେ ଭାରତର ଲଢ଼େଇରେ ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ

Posted On: 23 MAR 2020 1:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀକୋଭିଡ-19ବିରୋଧରେ ଭାରତର ଲଢ଼େଇରେ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ନିଜର ଗଭୀର ବିଚାର-ବିମର୍ଶ ଆଗକୁ ମଧ୍ୟ ଜାରି ରଖିବେ

ଶ୍ରୀ ମୋଦୀ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ଦୃଢ଼ ପ୍ରୟାସ ସ୍ୱରୂପ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ମିଡିଆ ସଂସ୍ଥାର ପ୍ରମୁଖ ଏବଂ ଦେଶର କର୍ପୋରେଟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବ୍ୟାପକ ବିଚାରବିମର୍ଶ କରିଥିଲେ

ନିୟମିତ ଆଲୋଚନା ଏବଂ ବୈଠକ

ଜାନୁଆରୀ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ-19 ମୁକାବିଲାର ଉପାୟ ଏବଂ ସାଧନ ଖୋଜିବା ଲାଗି ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଅଧିକାରୀମାନଙ୍କ ସହିତ ଅନେକ ପର୍ଯ୍ୟାୟରେ ବୈଠକ ଏବଂ ଚର୍ଚ୍ଚା କରିସାରିଛନ୍ତି

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଦିନ ବୈଠକ କରୁଛନ୍ତି ଏଥିରେ କ୍ୟାବିନେଟ ସଚିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ତାଙ୍କୁ ନିୟମିତ ଭାବେ ସଦ୍ୟତମ ସୂଚନା ଦେଉଛନ୍ତି

ସରକାରଙ୍କ ପକ୍ଷରୁ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ . ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ମଧ୍ୟ ସଦ୍ୟତମ ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଉଛି

ଅଭିନବ ଉଦାହରଣର ନମୁନା

କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ସେ ସାମାଜିକ ଦୂରତା ବଜାୟ ରଖିବା ଉଦ୍ଦେଶ୍ୟରେ ଲୋକମାନଙ୍କୁ ଅନୁପ୍ରାଣିତ କରିବାର ପ୍ରୟାସ ଅନ୍ତର୍ଗତ ହୋଲି ସମାରୋହରେ ଅଂଶଗ୍ରହଣ କରିବେ ନାହିଁ

ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ-ଜନତା କର୍ଫ୍ୟୁ

କୋଭିଡ-19ର ମୁକାବିଲାରେ ଦେଶକୁ ସକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ 19 ମାର୍ଚ୍ଚ 2020ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ଅଭିଭାଷଣାରେ ଲୋକମାନଙ୍କୁ ନିଜ ଘରେ ସ୍ୱେଚ୍ଛାକୃତ ଭାବେ 22 ମାର୍ଚ୍ଚ 2020ରେ 14 ଘଂଟା ଲାଗି ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତଜନତା କର୍ଫ୍ୟୁରେ ଅଂଶଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ

ଶ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁର ମୁକାବିଲା କରିବା ଲାଗି ରାଷ୍ଟ୍ରକୁସଂକଳ୍ପ ସଂଯମନିମନ୍ତେ ଦୁଇ ସୂତ୍ରୀ  ମନ୍ତ୍ର ଦେଇଥିଲେ

ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ ଲୋକମାନଙ୍କୁ ଭୟଭୀତ ହୋଇ କିଣାକିଣି ନକରିବା ନିମନ୍ତେ ଅନୁରୋଧ କରିଥିଲେ ଏବଂ ଏଥିସହିତ ସେମାନଙ୍କୁ ଆବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ନିମନ୍ତେ ଆଶ୍ୱାସନା ଦେଇଥିଲେ

କୋଭିଡ-19 ଆଥିର୍କ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ

ଏହି ମହାମାରୀ କାରଣରୁ ଉତ୍ପନ୍ନ ହୋଇଥିବା ଆର୍ଥିକ ଆହ୍ୱାନର ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେକୋଭିଡ-19 ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ଗଠନ ନିମନ୍ତେ ଘୋଷଣା କରିଥିଲେ ଏହି ଟାସ୍କଫୋର୍ସ ହିତାଧିକାରୀଙ୍କ ସହିତ ବିଚାର-ବିମର୍ଶ କରିବ, ସେମାନଙ୍କ ଠାରୁ ସୂଚନା ସଂଗ୍ରହ କରିବା, ଏହାର ଆଧାରରେ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ନିଷ୍ପତି ନିଆଯିବ ଏହି ଟାସ୍କଫୋର୍ସ ଏସବୁ ଆହ୍ୱାନର ମୁକାବିଲା ଲାଗି ନିଆଯାଇଥିବା ନିଷ୍ପତି କାର୍ଯ୍ୟାନ୍ୱୟନକୁ ମଧ୍ୟ ସୁନିଶ୍ଚିତ କରିବ

ପ୍ରଧାନମନ୍ତ୍ରୀ ବ୍ୟବସାୟୀ ଗୋଷ୍ଠୀ ଏବଂ ଉଚ୍ଚ ଆୟବର୍ଗକୁ ମଧ୍ୟ ଅନୁରୋଧ କରିଥିଲେ ଯେ ସେମାନେ ନିମ୍ନ ଆୟବର୍ଗଙ୍କ ଲୋକମାନଙ୍କ ଆର୍ଥିକ ଆବଶ୍ୟକତା ପ୍ରତି ଧ୍ୟାନ ଦିଅନ୍ତୁ, ଯେଉଁମାନଙ୍କ ଠାରୁ ସେମାନେ ବିଭିନ୍ନ ସେବା ନେଉଛନ୍ତି ଏଥିସହିତ କାର୍ଯ୍ୟସ୍ଥଳୀକୁ ଆସିନପାରି ସେବା ଦେଇପାରୁଥିବା ଦିନ ପାଇଁ ସେମାନଙ୍କ ପାରିଶ୍ରମିକ ନକାଟିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ ଏଭଳି ଏକ ସମୟରେ ମାନବିକତା ଭାବନା ନେଇ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ

ଫାର୍ମା କ୍ଷେତ୍ର ସହିତ ବୈଠକ

ଔଷଧ ଏବଂ ଚିକିତ୍ସା ଉପକରଣର ନିୟମିତ ଯୋଗାଣ ବଜାୟ ରଖିବା ଲାଗି ପ୍ରଧାନମନ୍ତ୍ରୀ 21 ମାର୍ଚ୍ଚ 2020କୁ ଫାର୍ମା ସେକ୍ଟରର ପ୍ରତିନିଧିମାନଙ୍କ ସହିତ ଏକ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଫାର୍ମା ଉଦ୍ୟୋଗ ଜଗତକୁ କୋଭିଡ-19 ଲାଗି ଆରଏନଏ ପରୀକ୍ଷଣ କିଟ ପ୍ରସ୍ତୁତ କରିବା ଲାଗି କାମ କରିବା ଲାଗି କହିଥିଲେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଦେଶରେ ସରକାର ଏପିଆଇ ଯୋଗାଣ ଜାରି ରଖିବା ଏବଂ ସେଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି ସମ୍ପୂର୍ଣ୍ଣ ପ୍ରତିବଦ୍ଧ

ସେ ଆବଶ୍ୟକ ଔଷଧ ଯୋଗାଣ ବଜାୟ ରଖିବା, କଳାବଜାରୀ ଏବଂ ଜମାଖୋରୀ ରୋକିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ

ରାଜ୍ୟଗୁଡ଼ିକ ସହିତ ମିଶି କାମ କରିବା

20 ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ କନଫରେନ୍ସ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଏଥିରେ ସେ ମିଳିମିଶି ଏହି ଆହ୍ୱାନର ମୁକାବିଲା କରିବା ନିମନ୍ତେ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ ଏହି ଭୂତାଣୁର ପ୍ରସାରକୁ ନେଇ ନିରନ୍ତର ସତର୍କତା ଏବଂ ନିରୀକ୍ଷଣ ବଜାୟ ରଖିବା ସକାଶେ ଆହ୍ୱାନ କରିଥିଲେ ସେ କହିଥିଲେ ଯେ ଏହି ମହାମାରୀର ମୁକାବିଲା କରିବା ଲାଗି କେନ୍ଦ୍ର ରାଜ୍ୟ ସରକାରଙ୍କୁ ମିଳିମିଶି କାମ କରିବାକୁ ହେବ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ ଏହି ମହାମାରୀ ମୁକାବିଲା କ୍ଷେତ୍ରରେ ଆମ ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି, କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା ଏବଂ ସେମାନଙ୍କୁ କୁହାଯାଇଥିଲା ଯେ କିଭଳି ଭାବେ ପ୍ରଧାନମନ୍ତ୍ରୀ ଦେଶର ଏହି ସମ୍ପୂର୍ଣ୍ଣ ସ୍ଥିତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଛନ୍ତି

ନିଜର ଉପସ୍ଥାପନା ସମୟରେ ମୁଖ୍ୟମନ୍ତ୍ରୀମାନେ ଯାଞ୍ଚ ସୁବିଧା ବୃଦ୍ଧି କରିବା ଏବଂ ସମାଜର ଦୁର୍ବଳ ବର୍ଗଙ୍କ ପ୍ରତି ଅଧିକ ସହାୟତା ଦେବା ଲାଗି ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକ ପ୍ରତି ନିଜର ସମର୍ଥନ ସମ୍ପର୍କରେ ଆଶ୍ୱାସନା ଦେଇଥିଳେ ଏଥିସହିତ ସେ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ଷମତା ନିର୍ମାଣ ଏବଂ ସ୍ୱାସ୍ଥ୍ୟସେବାର ମୌଳିକ ଭିତ୍ତିଭୂମି ବୃଦ୍ଧିର ଜରୁରି ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ସେ ପରାମର୍ଶ ଦେଇଥିଲେ ଯେ ମୁଖ୍ୟମନ୍ତ୍ରୀମାନେ ନିଜ ରାଜ୍ୟରେ କଳାବଜାରୀ ଅହେତୁକ ମୂଲ୍ୟ ବୃଦ୍ଧି ରୋକିବା ଦିଗରେ ବ୍ୟବସାୟୀ ଗୋଷ୍ଠୀ ସହିତ ଭିଡିଓ କନଫରେନ୍ସ କରିବା ଆବଶ୍ୟକ ସେ ସେମାନଙ୍କୁ ଅନୁରୋଧ କରିଥିଲେ ଯେ ଯେଉଁଠି ଆବଶ୍ୟକ ଅନୁରୋଧ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନର ଉପଯୋଗ କରନ୍ତୁ

ସାର୍କ କ୍ଷେତ୍ର ଏକଜୁଟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପରି ପ୍ରଥମ ନେତା ଯିଏ କି ଦକ୍ଷିଣ ଏସୀୟ ରାଷ୍ଟ୍ର ନେତାଙ୍କ ସହିତ ଭିଡିଓ କନଫରେନ୍ସ ସମୟରେ କ୍ଷେତ୍ରୀୟ ପରାମର୍ଶ ଏବଂ ଆଲୋଚନା ନିମନ୍ତେ ପରାମର୍ଶ ଦେଇଥିଲେ ବିଶ୍ୱ ଜନସଂଖ୍ୟାର ଏକ ବୃହତ ଭାଗ ଏହି ସାର୍କ ଦେଶରେ ରହିଛି ଭାରତ ନେତୃତ୍ୱରେ ସାର୍କ ଦେଶର ନେତାମାନଙ୍କ ବୈଠକ 15 ମାର୍ଚ୍ଚ 2020ରେ ଅନୁଷ୍ଠିତ ହୋଇଥିଲା

ଶ୍ରୀ ମୋଦୀ ସହଯୋଗ ଭାବନା ଅନ୍ତର୍ଗତ କୋଭିଡ-19 ଜରୁରିକାଳୀ ପାଣ୍ଠି ଗଠନ ଲାଗି ପରାମର୍ଶ ଦେଇଥିଲେ ଏଥିରେ ସବୁ ରାଷ୍ଟ୍ର ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରିବା ଲାଗି ପ୍ରସ୍ତାବ ରଖାଯାଇଥିଲା ଭାରତ ପ୍ରାରମ୍ଭିକ ଭାବେ ଏହି ପାଣ୍ଠି ଲାଗି 10 ମିଲିୟନ ଆମେରିକୀୟ ଡଲାର ଯୋଗଦାନ ଦେବାକୁ ପ୍ରସ୍ତାବ ଦେଇଥିଲା ଯେକୌଣସି ସହଯୋଗୀ ଦେଶ ତତକାଳ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ପାଣ୍ଠିର ଉପଯୋଗ କରିପାରିବ ନେପାଳ, ଭୂଟାନ ମାଳଦୀପ ଭଳି ଅନ୍ୟ ସାର୍କ ଦେଶଗୁଡ଼ିକ ମଧ୍ୟ ଏହି ଜରୁରିକାଳୀନ ପାଣ୍ଠିରେ ନିଜର ଯୋଗଦାନ ଦେଇଛନ୍ତି

ଅନ୍ତର୍ଜାତୀୟ ପ୍ରୟାସ

ପ୍ରଧାନମନ୍ତ୍ରୀ 12 ମାର୍ଚ୍ଚ 2020ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ 17 ମାର୍ଚ୍ଚ 2020ରେ ସାଉଦୀ ଆରମ୍ଭର ରାଜା ମହମ୍ମଦ ବିନ ସଲମାନଙ୍କ ସହିତ ଟେଲିଫୋନରେ ବାର୍ତ୍ତାଳାପ କରିଥିଲେ

ବିଦେଶରେ ଫସି ରହିଥିବା ନାଗରିକଙ୍କୁ ସହାୟତା

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ କରୋନା ଭୂତାଣୁ ପ୍ରଭାବିତ ଚୀନ, ଇଟାଲୀ, ଇରାନ ବିଶ୍ୱର ଅନ୍ୟ ଭାଗରେ ଥିବା ଦୁଇ ହଜାର ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଥିଲା

 

************

 


(Release ID: 1608054) Visitor Counter : 158


Read this release in: English