ଅର୍ଥ ମନ୍ତ୍ରଣାଳୟ

କୋଭିଡ-19 ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ରିହାତି ଘୋଷଣା କଲେ ଅର୍ଥମନ୍ତ୍ରୀ

• ବିଭିନ୍ନ କ୍ଷେତ୍ରରେ ବୈଧାନିକ ଓ ନିୟାମକ ଅନୁପାଳନ କ୍ଷେତ୍ରରେ ମିଳିବ ରିହାତି
• ଆଧାର-ପ୍ୟାନ ସଂଯୋଗ ତାରିଖ 30 ଜୁନ, 2020 ପର୍ଯ୍ୟନ୍ତ ଘୁଞ୍ଚିଲା
• ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଘୁଞ୍ଚିଲା
• ଟିକସ ପଇଠ ବିଳମ୍ବ କ୍ଷେତ୍ରରେ ଲାଗୁ ହେବନି ଜୋରିମାନା କିମ୍ବା ଶୁଳ୍କ
• ଜିଏସଟିଆର-3ବି ଦାଖଲ ପାଇଁ ଧାର୍ଯ୍ୟ ସୀମା ବଢ଼ିଲା
• 30 ଜୁନ, 2020 ଶେଷ ପର୍ଯ୍ୟନ୍ତ 24 ଘଣ୍ଟିଆ ସୀମାଶୁଳ୍କ କ୍ଲିୟରାନ୍ସ
• ଯେକୌଣସି ଏଟିଏମରୁ ନିଃଶୁଳ୍କ ଟଙ୍କା ଉଠାଣ ଅନୁମତି
• ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା ନିୟମ ଉଚ୍ଛେଦ

प्रविष्टि तिथि: 24 MAR 2020 12:46PM by PIB Bhubaneshwar

ଦେଶରେ କୋଭିଡ-19 ସ୍ଥିତିକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ରିହାତି ପଦକ୍ଷେପର ଘୋଷଣା କରିଛନ୍ତି ବିଶେଷ କରି ବିଭିନ୍ନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବୈଧାନିକ ନିୟାମକ ଅନୁପାଳନ ପ୍ରସଙ୍ଗରେ ଏହି ରିହାତି ଘୋଷଣା କରାଯାଇଛି ଏଠାରେ ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀମତୀ ସୀତାରମଣ ଆୟକର, ଜିଏସଟି, ସୀମା ଶୁଳ୍କ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, କର୍ପୋରେଟ ବ୍ୟାପାର, ଦେବାଳିଆ ଦେବାଳିଆପଣ ସଂହିତା (ଆଇବିସି), ମତ୍ସ୍ୟପାଳନ, ବ୍ୟାଙ୍କିଙ୍ଗ କ୍ଷେତ୍ର ବାଣିଜ୍ୟ କ୍ଷେତ୍ର ପାଇଁ ଅତ୍ୟାବଶ୍ୟକ ରିହାତି ପଦକ୍ଷେପମାନ ଘୋଷଣା କରିଥିଲେ

ଏହି ଅବସରରେ କେନ୍ଦ୍ର ଅର୍ଥ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ଶ୍ରୀ .ବି ପାଣ୍ଡେ, ଅର୍ଥନୈତିକ ବ୍ୟାପାର ସଚିବ  ଅତନୁ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ

ବିଭିନ୍ନ କ୍ଷେତ୍ର ପାଇଁ ବୈଧାନିକ ନିୟାମକ ଅନୁପାଳନ ପ୍ରସଙ୍ଗରେ ନିମ୍ନୋକ୍ତ ଘୋଷଣାମାନ କରାଯାଇଛି

 

ଆୟକର

1.      2018-19 ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ 31 ମାର୍ଚ୍ଚ, 2020ରୁ 30 ଜୁନ, 2020କୁ ଘୁଞ୍ଚାଇ ଦିଆଯାଇଛି

2.      ଆଧାର-ପ୍ୟାନ ସଂଯୋଗ ତାରିଖକୁ 31 ମାର୍ଚ୍ଚ, 2020ରୁ 30 ଜୁନ, 2020କୁ ଘୁଞ୍ଚାଇ ଦିଆଯାଇଛି

3.      ଜୁନ 30, 2020 ସୁଦ୍ଧା ଅର୍ଥ ପଇଠ କରାଯାଇଥିଲେ ବିବାଦରୁ ବିଶ୍ୱାସ ଯୋଜନାରେ କୌଣସି ଅତିରିକ୍ତ 10% ଦେୟ ପଇଠ କରିବାକୁ ପଡ଼ିବ ନାହିଁ

4.      ନୋଟିସ, ସୂଚନା, ବିଜ୍ଞପ୍ତି, ଅନୁମୋଦନ ଆଦେଶ, ଆବେଦନ ଦାଖଲ, ରିଟର୍ଣ୍ଣ ଦାଖଲ, ଜବାବ, ଆବେଦନ, ରିପୋର୍ଟ, ଅନ୍ୟ ଯେକୌଣସି କାଗଜପତ୍ର ଦାଖଲ କରିବାର ଧାର୍ଯ୍ୟ ତାରିଖ ଏବଂ ଆୟକର ଆଇନ, ସମ୍ପତି କର ଆଇନ, ବେନାମୀ ସମ୍ପତ୍ତି କାରବାର ଆଇନ, କଳାଧନ ଆଇନ, ଏସଟିଟି ଆଇନ, ସିଟିଟି ଆଇନ, ସମୀକରଣ ଲେଭି ଆଇନ, ବିବାଦରୁ ବିଶ୍ୱାସ ଆଇନ ଅନ୍ତର୍ଗତ ଟିକସଦାତାଙ୍କ ଦ୍ୱାରା ଜମା ଉପାଦାନରେ ନିବେଶ କିମ୍ବା ପୁଞ୍ଜି ଲାଭ ନିବେଶ ସମେତ ଯେକୌଣସି ଅନୁପାଳନ ତଥା କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ କରିବାର ଅବଧି ଯାହା ପୂର୍ବରୁ 20 ମାର୍ଚ୍ଚ 2020ରୁ 29 ଜୁନ, 2020ରେ ଶେଷ ହେଉଥିଲା ତାହାକୁ ଏବେ 30 ଜୁନ 2020 ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି

5.      20 ମାର୍ଚ୍ଚ 2020 ଏବଂ 30 ଜୁନ 2020 ମଧ୍ୟରେ ଦାଖଲ କରାଯାଉଥିବା ଅଗ୍ରୀମ ଟିକସ, ସ୍ୱ-ଆକଳନ ଟିକସ, ନିୟମିତ ଟିକସ, ଟିଡିଏସ, ଟିସିଏସ, ସମୀକରଣ ଲେଭି, ଏସଟିଟି, ସିଟିଟିର ବିଳମ୍ବିତ ପଇଠ ଲାଗି ବାର୍ଷିକ ସୁଧ ହାରକୁ 12% କିମ୍ବା 18%ରୁ ହ୍ରାସ କରାଯାଇ 9% କରି ଦିଆଯାଇଛି (ମାସିକ 1ରୁ 1.5% ବଦଳରେ 0.75%) ଏହି ଅବଧି ମଧ୍ୟରେ ବିଳମ୍ବିତ ପଇଠ ଲାଗି କୌଣସି ଜୋରିମାନା କିମ୍ବା ଶୁଳ୍କ ଦେବାକୁ ପଡ଼ିବ ନାହିଁ

6.      ଉପରୋକ୍ତ ରିହାତି ଲାଗୁ କରିବା ପାଇଁ ଆବଶ୍ୟକ ଆଇନଗତ ବିଜ୍ଞପ୍ତି ଏବଂ ବୈଧାନିକ ସଂଶୋଧନ ସମୟକ୍ରମେ କରାଯିବ

ଜିଏସଟି/ପରୋକ୍ଷ ଟିକସ

7.      ପାଞ୍ଚ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ ମାର୍ଚ୍ଚ, ଏପ୍ରିଲ ମେ 2020 ମାସ ପାଇଁ ଜିଏସଟିଆର-3ବି ଜୁନ, 2020 ଶେଷ ସପ୍ତାହ ସୁଦ୍ଧା ଦାଖଲ କରିପାରିବେ କୌଣସି ସୁଧ, ବିଳମ୍ବିତ ଶୁଳ୍କ କିମ୍ବା ଜୋରିମାନା ଲାଗୁ ହେବ ନାହିଁ

8.      ଅନ୍ୟମାନେ ମାର୍ଚ୍ଚ, ଏପ୍ରିଲ ମେ 2020 ପାଇଁ ଜୁନ 2020 ଶେଷ ସପ୍ତାହ ସୁଦ୍ଧା ଜିଏସଟିଆର-3ବି ଦାଖଲ କରିପାରିବେ ତେବେ ଧାର୍ଯ୍ୟ ତାରିଖର 15 ଦିନ ପରେ ଦାଖଲ ପାଇଁ ସେମାନଙ୍କୁ 9% (ବର୍ତ୍ତମାନର ସୁଧ ହାର 18% ବଦଳରେ) ହାରରେ ସୁଧ ଦେବାକୁ ପଡ଼ିବ  30 ଜୁନ 2020 ପୂର୍ବରୁ ଏଥିପାଇଁ କୌଣସି ବିଳମ୍ବିତ ଶୁଳ୍କ କିମ୍ବା ଜୋରିମାନା ଆଦାୟ କରାଯିବ ନାହିଁ

9.      କମ୍ପୋଜିସନ ସ୍କିମର ଲାଭ ଉଠାଇବା ତାରିଖକୁ ଜୁନ, 2020 ଶେଷ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ଆହୁରି, କମ୍ପୋଜିସନ ଡିଲରଙ୍କ ଦ୍ୱାରା 31 ମାର୍ଚ୍ଚ, 2020ରେ ଶେଷ ହେଉଥିବା ତ୍ରୈମାସ ପାଇଁ ଅର୍ଥ ପଇଠ କରିବାର ଶେଷ ତାରିଖ ଏବଂ 2019-20 ଆର୍ଥିକ ବର୍ଷ ପାଇଁ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ ଜୁନ, 2020 ଶେଷ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି

10.    2018-19 ଆର୍ଥିକ ବର୍ଷ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ 31 ମାର୍ଚ୍ଚ, 2020 ପରିବର୍ତ୍ତେ ଜୁନ 2020କୁ ଘୁଂଚାଇ ଦିଆଯାଇଛି

11.    ନୋଟିସ, ବିଜ୍ଞପ୍ତି, ଅନୁମୋଦନ ଆଦେଶ, ମଞ୍ଜୁରି ଆଦେଶ, ଆବେଦନ ଦାଖଲ, ରିଟର୍ଣ୍ଣ ଦାଖଲ, ଜବାବ, ଆବେଦନ, ରିପୋର୍ଟ, ଯେକୌଣସି କାଗଜପତ୍ର ଦାଖଲର ଶେଷ ତାରିଖ ଏବଂ ଜିଏସଟି ଆଇନ ଅଧୀନରେ କୌଣସି ଅନୁପାଳନର ସମୟ ଅବଧି ଯାହା 20 ମାର୍ଚ୍ଚ 2020ରୁ 29 ଜୁନ 2020 ମଧ୍ୟରେ ଶେଷ ହେଉଥିଲା ତାହା 30 ଜୁନ 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

12.    ଜିଏସଟି ପରିଷଦର ଅନୁମୋଦନ କ୍ରମେ ଉପରୋକ୍ତ ଜିଏସଟି ରିହାତିକୁ ଲାଗୁ କରିବା ଲାଗି ଆବଶ୍ୟକ ଆଇନଗତ ବିଜ୍ଞପ୍ତି ବୈଧାନିକ ସଂଶୋଧନ ଅଣାଯିବ

13.    ସବକା ବିଶ୍ୱାସ ଯୋଜନାରେ ଅର୍ଥ ପଇଠ ତାରିଖକୁ 30 ଜୁନ, 2020 ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯିବ 30 ଜୁନ, 2020 ସୁଦ୍ଧା ପଇଠ କରାଗଲେ ଏଥିପାଇଁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ

ସୀମା ଶୁଳ୍କ

14.    30 ଜୁନ, 2020 ଶେଷ ପର୍ଯ୍ୟନ୍ତ 24 ଘଂଟିଆ ସୀମାଶୁଳ୍କ କ୍ଲିୟରାନ୍ସ

15.    ନୋଟିସ, ବିଜ୍ଞପ୍ତି, ଅନୁମୋଦନ ଆଦେଶ, ମଞ୍ଜୁରି ଆଦେଶ, ଆବେଦନ ଦାଖଲ, ରିଟର୍ଣ୍ଣ ଦାଖଲ, ଜବାବ, ଆବେଦନ, ରିପୋର୍ଟ, ଯେକୌଣସି କାଗଜପତ୍ର ଦାଖଲର ଶେଷ ତାରିଖ ଏବଂ ସୀମା ଶୁଳ୍କ କିମ୍ବା ଅନ୍ୟ ଆନୁସଙ୍ଗିକ ଆଇନ ଅଧୀନରେ କୌଣସି ଅନୁପାଳନର ସମୟ ଅବଧି ଯାହା 20 ମାର୍ଚ୍ଚ 2020ରୁ 29 ଜୁନ 2020 ମଧ୍ୟରେ ଶେଷ ହେଉଥିଲା ତାହା 30 ଜୁନ 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

ଆର୍ଥିକ ସେବା

16.    ତିନି ମାସ ପର୍ଯ୍ୟନ୍ତ ରିହାତି

17.    ତିନି ମାସ ପାଇଁ ଡେବିଟ କାର୍ଡଧାରୀମାନେ ଯେକୌଣସି ଏଟିଏମରୁ ନିଃଶୁଳ୍କ ଟଙ୍କା ଉଠାଇପାରିବେ

18.    ସର୍ବନିମ୍ନ ଜମା ଶୁଳ୍କ ଉଚ୍ଛେଦ

19.    ସମସ୍ତ ବାଣିଜ୍ୟ ଅର୍ଥ ଉପଭୋକ୍ତାଙ୍କ ପାଇଁ ଡିଜିଟାଲ କାରବାର ଉପରେ ବ୍ୟାଙ୍କ ଶୁଳ୍କ ହ୍ରାସ

କର୍ପୋରେଟ ବ୍ୟାପାର

20.    1 ଏପ୍ରିଲରୁ 30 ସେପ୍ଟେମ୍ବର 2020ର ଅଧିସ୍ଥଗନ ଅବଧି ମଧ୍ୟରେ ଦାଖଲ କରାଯିବାକୁ ଥିବା ଯୈକୌଣସି ଧାର୍ଯ୍ୟ ତାରିଖ ପାଇଁ ଏମସିଏ-21 ରେଜିଷ୍ଟ୍ରୀ ପାଇଁ ଆବଶ୍ୟକ ପଡ଼ୁଥିବା ଯେକୌଣସି କାଗଜପତ୍ର, ରିଟର୍ଣ୍ଣ, ଜବାବ ଆଦିର ବିଳମ୍ବିତ ଦାଖଲ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ ଯାହା କେବଳ କମ୍ପାନୀ/ଏଲଏଲପିଗୁଡ଼ିକର ଅନୁପାଳନ ଆର୍ଥିକ ବୋଝକୁ ହ୍ରାସ କରିବ ନାହିଁ ବରଂ ନୂଆ ଆରମ୍ଭ ପାଇଁ ଦୀର୍ଘକାଳୀନ ଅଣଅନୁପାଳନ କମ୍ପାନୀଗୁଡ଼ିକୁ ସମର୍ଥ କରିବ

21.    କମ୍ପାନୀ ଆଇନ, 2013ର ବ୍ୟବସ୍ଥା ଅନୁଯାୟୀ କମ୍ପାନୀଗୁଡ଼ିକର ନିର୍ଦ୍ଦେଶନା ମଣ୍ଡଳୀ ବୈଠକ ଆୟୋଜନ ନିମନ୍ତେ ଅନୁମୋଦିତ ଅନ୍ତରୀଣ ଅବଧି (120 ଦିନ) ବାଧ୍ୟତାମୂଳକ ଆବଶ୍ୟକତାକୁ ପରବର୍ତ୍ତୀ ଦୁଇଟି ତ୍ରୈମାସ ପାଇଁ ଅତିରିକ୍ତ 60 ଦିନ ଅର୍ଥାତ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ପାଇଁ ବୃଦ୍ଧି କରି ଦିଆଯାଇଛି

22.    କମ୍ପାନୀ ଆଦେଶ (ଅଡିଟରଙ୍କ ରିପୋର୍ଟ), 2020ର ଉପଯୋଗିତା 2020-2021 ଆର୍ଥିକ ବର୍ଷଠାରୁ ଲାଗୁ କରିଦିଆଯାଇଛି ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଏହା 2019-2020 ଠାରୁ ଲାଗୁ ହେବାର ଥିଲା ଏହା 2019-20 ବର୍ଷ ପାଇଁ କମ୍ପାନୀ ସେମାନଙ୍କ ଅଡିଟରମାନଙ୍କ ବୋଝ ଗୁରୁତ୍ୱପୂର୍ଣ୍ଣ ଭାବେ ହ୍ରାସ କରିବ

23.    କମ୍ପାନୀ ଆଇନ 2013ର ଅନୁଚ୍ଛେଦ 4 ଅନୁଯାୟୀ ଅଣ-ସ୍ୱାଧୀନ ନିର୍ଦ୍ଦେଶକ ଏବଂ ପରିଚାଳନା ସଦସ୍ୟଙ୍କ ଅନୁପସ୍ଥିତିରେ ସ୍ୱାଧୀନ ନିର୍ଦ୍ଦେଶକମାନେ ଅତିକମରେ ଗୋଟିଏ ଗୋଟିଏ ବୈଠକ ଆୟୋଜନ କରିପାରିବେ 2019-20 ଆର୍ଥିକ ବର୍ଷରେ ସ୍ୱାଧୀନ ନିର୍ଦ୍ଦେଶକମାନେ ଯଦି ଗୋଟିଏ ହେଲେ ବୈଠକ ଆୟୋଜନ କରିନପାରନ୍ତି, ତାହେଲେ ଏହାକୁ ନିୟମ ଉଲ୍ଲଙ୍ଘନ ବୋଲି ଧରାଯିବ ନାହିଁ

24.    2020-21 ଆର୍ଥିକ ବର୍ଷରେ 30 ଏପ୍ରିଲ 2020 ପୂର୍ବରୁ ପୂରଣ ହେଉଥିବା ଜମାର 20% ଏକ ଜମା ରିଜର୍ଭ ସୃଷ୍ଟି କରିବାର ଆବଶ୍ୟକତାକୁ 30 ଜୁନ 2020 ପର୍ଯ୍ୟନ୍ତ ଅନୁପାଳନ ପାଇଁ ଅନୁମତି ଦିଆଯିବ

25.    30 ଏପ୍ରିଲ 2020 ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଉପାଦାନରେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ପୂରଣ ହେଉଥିବା ଡିବେଂଚରର 15% ନିବେଶ କରିବାର ଆବଶ୍ୟକତାକୁ 30 ଜୁନ 2020 ପୂର୍ବରୁ କରାଯାଇପାରିବ

26.    ନୂଆ କମ୍ପାନୀଗୁଡ଼ିକ ପାଇଁ ଗଠନ ହେବାର 6 ମାସ ମଧ୍ୟରେ କାରବାର ଆରମ୍ଭ କରିବା ସମ୍ପର୍କରେ ଘୋଷଣାପତ୍ର ଦାଖଲ କରିବାର ଆବଶ୍ୟକତା ରହିଥିବା ବେଳେ ଏହାକୁ ଅତିରିକ୍ତ 6 ମାସ ପାଇଁ ବୃଦ୍ଧି କରିଦିଆଯାଇଛି

27.    କମ୍ପାନୀ ଆଇନର ଧାରା 149 ଅନ୍ତର୍ଗତ ପ୍ରତ୍ୟେକ କମ୍ପାନୀର ଅତିକମରେ ଜଣେ ନିର୍ଦ୍ଦେଶକ ଭାରତରେ ସର୍ବନିମ୍ନ 182 ଦିନ ରହିବା ନିୟମ ଅନୁପାଳନ କରାଯାଇନପାରିଲେ ଏହାକୁ ଆଇନର ଉଲ୍ଲଙ୍ଘନ ବୋଲି ଧରାଯିବ ନାହିଁ

28.    କୋଭିଡ-19 କାରଣରୁ ସୃଷ୍ଟି ହୋଇଥିବା ବ୍ୟାପକ ଆର୍ଥିକ ସଂକଟ ଦ୍ୱାରା ଅଧିକାଂଶ କମ୍ପାନୀ କ୍ଷତି ସହିଛନ୍ତି ଏହାକୁ ଦୃଷ୍ଟିରେ ରଖି ଆଇବିସି, 2016ର ଧାରା 4 ଅଧୀନରେ ଡିଫଲ୍ଟର ସୀମାକୁ ବର୍ତ୍ତମାନର 1 ଲକ୍ଷ ଟଙ୍କାରୁ 1 କୋଟି ଟଙ୍କାକୁ ବୃଦ୍ଧି କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି ଏହା ଏମଏସଏମଇଗୁଡ଼ିକ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ରୋକିପାରିବ 30 ଏପ୍ରିଲ 2020 ପରେ ଯଦି ବର୍ତ୍ତମାନର ପରିସ୍ଥିତି ଜାରି ରୁହେ ତାହେଲେ 6 ମାସର ଅତିରିକ୍ତ ଅବଧି ପାଇଁ  ଆଇବିସି 2016ର ଧାରା 7, 9 ଏବଂ 10କୁ ରଦ୍ଦ କରାଯିବ ଏହା ଫଳରେ ଡିଫଲ୍ଟର ବଡ଼ କାରଣ କ୍ଷେତ୍ରରେ କମ୍ପାନୀଗୁଡ଼ିକ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ

29.    କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପୃଥକ ଭାବେ ଏଦିଗରେ ବିସ୍ତୃତ ବିଜ୍ଞପ୍ତି/ ନିର୍ଦ୍ଦେଶନାମା ଜାରି କରାଯିବ

ମତ୍ସ୍ୟପାଳନ ବିଭାଗ

  • ଏସପିଏଫ ଚିଙ୍ଗୁଡ଼ି ବ୍ରୁଡଷ୍ଟକ କିମ୍ବା ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ରପ୍ତାନି ପାଇଁ ଆବଶ୍ୟକ ସମସ୍ତ ସାନିଟାରୀ ମଞ୍ଜୁରି ଯାହାର ଅବଧି 1.3.2020ରୁ 15.04.2020 ମଧ୍ୟରେ ଶେଷ ହେଉଥିଲା ସେଗୁଡ଼ିକର ଅବଧିକୁ 3 ମାସ ପାଇଁ ବୃଦ୍ଧି କରି ଦିଆଯାଇଛି
  • ମାଲ ପହଞ୍ଚିବାରେ 1 ମାସ ବିଳମ୍ବ ପାଇଁ ରିହାତି ଦିଆଯିବ
  • ଚେନ୍ନାଇର କ୍ୱାରେଣ୍ଟାଇନ କେନ୍ଦ୍ର (ଏକ୍ୟୁଏଫ)ରେ ବାତିଲ ହୋଇଥିବା କନସାଇନମେଣ୍ଟ  ପାଇଁ କ୍ୱାରେଣ୍ଟାଇନ କ୍ୟୁବିକଲ୍ସର ପୁନଃବୁକିଂ ନିମନ୍ତେ କୌଣସି ଅତିରିକ୍ତ ବୁକିଂ ଚାର୍ଜ ଦେବାକୁ ପଡ଼ିବ ନାହିଁ
  • କ୍ୱାରେଣ୍ଟାଇନ ପାଇଁ କାଗଜପତ୍ର ଯାଞ୍ଚ ଏନଓସି ଜାରି କରିବାର ସମୟକୁ 7ରୁ 3ଦିନକୁ ହ୍ରାସ କରି ଦିଆଯାଇଛି

ବାଣିଜ୍ୟ ବିଭାଗ

ବିଭିନ୍ନ ଅନୁପାଳନ ଏବଂ ପକ୍ରିୟା ପାଇଁ ଧାର୍ଯ୍ୟ ତାରିଖକୁ ଘୁଂଚାଇ ଦିଆଯିବ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମ୍ପର୍କରେ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇବ

 

*************


(रिलीज़ आईडी: 1608051) आगंतुक पटल : 401
इस विज्ञप्ति को इन भाषाओं में पढ़ें: English