ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ପାଇଁ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
• ‘ଜନତା କର୍ଫ୍ୟୁ’ ବାର୍ତ୍ତା ପ୍ରସାର କରିବା ଲାଗି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
22 MAR 2020 8:42AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଗାୟିକା ମାଳିନୀ ଅୱସ୍ତୀ ଏବଂ ପ୍ରୀତମ ଭରତୱାନଙ୍କୁ ପ୍ରଶଂସା କରିଛନ୍ତି ।
ଟ୍ୱିଟରରେ ଏହି ଗୀତକୁ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଜନତା କର୍ଫ୍ୟୁକୁ ନେଇ ପ୍ରତ୍ୟେକ ଲୋକ ନିଜ ଆଡ଼ୁ ଯୋଗଦାନ ଦେବାରେ ଲାଗିଛନ୍ତି । ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ନିଜ ଢଙ୍ଗରେ ଲୋକମାନଙ୍କୁ ଅନୁପ୍ରାଣିତ କରୁଛନ୍ତି... ।
ଜନତା କର୍ଫ୍ୟୁକୁ ନେଇ ଲୋକ ଗୀତ ଗାୟକ ପ୍ରୀତମ ଭରତୱାନ ମଧ୍ୟ ଏକ ଅଭିନବ ଏବଂ ଅତି ସୁମଧୁର ବାର୍ତ୍ତା ଦେଇଛନ୍ତି ।
ସଠିକ ସୂଚନା ପ୍ରସାରିତ କରିବା ସହିତ ଉପଯୁକ୍ତ ସତର୍କତା ଅବଲମ୍ବନ କରୁଥିବାର ଗଣମାଧ୍ୟମ ଜଗତକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଆଶା ଓ ସକାରାତ୍ମକତାର ବାର୍ତ୍ତା ପ୍ରଚାର କରିବା ପାଇଁ ମଧ୍ୟ ସେ ଗଣମାଧ୍ୟମକୁ ପ୍ରଂଶସା କରିଛନ୍ତି । ‘ଜନତା କର୍ଫ୍ୟୁ’ ବାର୍ତ୍ତା ପ୍ରଚାର କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏକାଧିକ ଟ୍ୱିଟ ଜରିଆରେ ସେ କହିଛନ୍ତି, “କରୋନା ଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି ଘରେ ରହିବା ନିମନ୍ତେ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି । ଜନସାଧାରଣଙ୍କର ଏଥିପ୍ରତି ଜୋରଦାର ସମର୍ଥନ ରହିଛି ।”
ଆଜି ‘ଜନତା କର୍ଫ୍ୟୁ’ରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହା କୋଭିଡ-19 ବିରୋଧୀ ଲଢ଼େଇକୁ ଆହୁରି ଅଧିକ ସଶକ୍ତ କରିବ । ଏହି ସମୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପରିବାର ସହିତ ଅଧିକ ସମୟ ବିତାଇବା, ଟିଭି ଦେଖିବା ଏବଂ ଭଲ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଆହ୍ୱାନ ଜଣାଇଛନ୍ତି । କୋଭିଡ-19 ବିରୋଧରେ ଏହି ଲଢ଼େଇରେ ଆମେ ପ୍ରତ୍ୟେକ ଜଣେ ଜଣେ ଗୁରୁତ୍ୱପୂର୍ଣ୍ଣ ଯୋଦ୍ଧା । ସତର୍କ ଓ ସୁରକ୍ଷିତ ରହିବା ଅନ୍ୟ ଲକ୍ଷାଧିକ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିପାରିବ । ସେ ମଧ୍ୟ କହିଛନ୍ତି ଯେ ସଡ଼କଗୁଡ଼ିକ ଖାଲି ରହିଛି କିନ୍ତୁ କୋଭିଡ-19 ବିରୋଧରେ ଲଢ଼େଇ ସମ୍ପୂର୍ଣ୍ଣ ରହିଛି ।
**********
(Release ID: 1607838)
Visitor Counter : 171