କ୍ୟାବିନେଟ

ଭାରତ ଓ ବେଲଜିୟମ ମଧ୍ୟରେ ପ୍ରତ୍ୟର୍ପଣ ରାଜିନାମା ସ୍ୱାକ୍ଷର ଓ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 21 MAR 2020 8:25AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତୀୟ ଗଣରାଜ୍ୟ ବେଲଜିୟମ ମଧ୍ୟରେ ପ୍ରତ୍ୟର୍ପଣ ରାଜିନାମା ସ୍ୱାକ୍ଷର ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି

ସାଧାରଣ ବୈଶିଷ୍ଟ୍ୟ

ରାଜିନାମାର ବୈଶିଷ୍ଟ୍ୟଗୁଡିକ ହେଲା:

ପ୍ରତ୍ୟର୍ପଣର ଦାୟିତ୍ୱ

ପ୍ରତ୍ୟେକ ପକ୍ଷ ଦ୍ୱିତୀୟ ପକ୍ଷର ଏପରି ବ୍ୟକ୍ତିଙ୍କ ପ୍ରତ୍ୟର୍ପଣ ପାଇଁ ସହମତ ହେବେ ଯିଏ ଅନ୍ୟ ଦେଶ ସୀମା ଭିତରେ ପ୍ରତ୍ୟର୍ପଣ ଅପରାଧର ଅଭିଯୁକ୍ତ ଥିବେ କିମ୍ବା ଦଣ୍ଡିତ ହୋଇଥିବେ

ପ୍ରତ୍ୟର୍ପଣ ଅପରାଧ

ପ୍ରତ୍ୟର୍ପଣ ଅପରାଧର ଅର୍ଥ ହେଲା ଯେଉଁ ଅପରାଧ ଦୁଇ ଦେଶର ଆଇନ ଅନୁଯାୟୀ ଦଣ୍ଡନୀୟ ଯେଉଁ ଅପରାଧରେ ଏକ ବର୍ଷ କିମ୍ବା ଅଧିକର କାରାଦଣ୍ଡ ବ୍ୟବସ୍ଥା ରହିଥିବ ଯେତେବେଳେ କୌଣସି ଦଣ୍ଡିତ ବ୍ୟକ୍ତିର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯିବ ସେହି କ୍ଷେତ୍ରରେ ଶେଷ ଦଣ୍ଡର ଅବଧି ଅତି କମରେ 6 ମାସ ହୋଇଥିବା ଆବଶ୍ୟକ ଟ୍ୟାକ୍ସ, ରାଜସ୍ୱ କିମ୍ବା ବିତ୍ତୀୟ ବ୍ୟବସ୍ଥା ସହ ଜଡ଼ିତ ଅପରାଧ ଏହି ରାଜିନାମା ପରିସରରେ ରହିଛି

ଅସ୍ୱୀକାର କରିବାର ଯୁକ୍ତିଯୁକ୍ତ କାରଣ

ରାଜିନାମା ଅନୁଯାୟୀ, ପ୍ରତ୍ୟର୍ପଣ ଅନୁରୋଧ ଅସ୍ୱୀକାର କରା ଯାଇପାରିବ ଯଦି

) ରାଜନୈତିକ ଅପରାଧ ହୋଇଥିବ ତେବେ ରାଜିନାମାରେ ଏପରି କିଛି ଅପରାଧ ସାମିଲ କରାଯାଇଛି ଯାହାକୁ ରାଜନୈତିକ ଅପରାଧ ଭାବେ ବିବେଚନା କରାଯିବ ନାହିଁ

) ସେନା ଅପରାଧ ହୋଇଥିଲେ

) ବ୍ୟକ୍ତିଙ୍କ ବର୍ଣ୍ଣ, ଲିଙ୍ଗ, ଧର୍ମ, ଜାତୀୟତା ବା ରାଜନୈତିକ ମତାମତକୁ ଭିତ୍ତି କରି ମକଦ୍ଦମା ଚଳାଇବା ବା ଦଣ୍ଡିତ କରିବା ଉଦ୍ଦେଶ୍ୟରେ ମକଦ୍ଦମା ଚଳାଇବାକୁ ଅନୁରୋଧ କରାଗଲେ

) ଦଣ୍ଡିତ କରିବାର ସମୟ ସୀମା ଅତିକ୍ରାନ୍ତ ହୋଇ ସାରିଥିଲେ

ନାଗରିକଙ୍କ ପ୍ରତ୍ୟର୍ପଣ

ନାଗରିକଙ୍କ ପ୍ରତ୍ୟର୍ପଣ ଇଚ୍ଛାଧୀନ ବ୍ୟାପାର ପରିସରଭୁକ୍ତ ଅପରାଧ ଘଟାଇଥିବା ସମୟକୁ ଭିତ୍ତି କରି ନାଗରିକତା ନିର୍ଦ୍ଧାରଣ କରାଯିବ

ପ୍ରମୁଖ ବୈଶିଷ୍ଟ୍ୟ:-

ମୃତ୍ୟୁଦଣ୍ଡ କ୍ଷେତ୍ରରେ ଆଶ୍ୱାସନ [ଧାରା 3 (7)]

କେନ୍ଦ୍ରୀୟ କର୍ତ୍ତୃପକ୍ଷ (ଧାରା 6)

ଆତ୍ମସମର୍ପଣ (ଧାରା 11)

ସମ୍ପତି ହସ୍ତାନ୍ତର (ଧାରା 18)

ଟ୍ରାନଜିଟ୍ (ଧାରା 19)

ବ୍ୟକ୍ତିଗତ ତଥ୍ୟର ସୁରକ୍ଷା (ଧାରା 21)

ପ୍ରତ୍ୟର୍ପଣ ପାଇଁ ହୋଇଥିବା ଖର୍ଚ୍ଚ (ଧାରା 22)

ପରାମର୍ଶ (ଧାରା 24)

ପ୍ରତ୍ୟର୍ପଣ ସହ ଜଡ଼ିତ ଆପୋଷ ଆଇନଗତ ସହାୟତା (ଧାରା 25)

ବାଧ୍ୟତାମୂଳକ ସଂଶୋଧନ କିମ୍ବା ରାଜିନାମା ସମାପ୍ତି (ଧାରା 26)

ଲାଭ

ରାଜିନାମା ମାଧ୍ୟମରେ ବେଲଜିୟମକୁ ବେଲଜିୟମରୁ ପ୍ରତ୍ୟର୍ପିତ ହେବାକୁ ଥିବା ଆତଙ୍କବାଦୀ, ଆର୍ଥିକ ଅପରାଧୀ ଅନ୍ୟ ଅପରାଧକୁ ପ୍ରତ୍ୟର୍ପଣ ପାଇଁ ଆଇନଗତ ଭିତ୍ତି ପ୍ରଦାନ କରାଯିବ ସଂଶୋଧନ ପରେ ଭାରତ ବେଲଜିୟମ ମଧ୍ୟରେ ସଂଶୋଧନପତ୍ର ଆଦାନପ୍ରଦାନ ଦିନରୁ ହିଁ ରାଜିନାମା ଲାଗୁ ହେବ

ପୃଷ୍ଠଭୂମି

ଭାରତ ସ୍ୱାଧୀନ ହେବା ପୂର୍ବରୁ 1901ରେ ଗ୍ରେଟ ବ୍ରିଟେନ ବେଲଜିୟମ ମଧ୍ୟରେ ହୋଇଥିବା ପ୍ରତ୍ୟର୍ପଣ ରାଜିନାମାର ସ୍ଥାନ ନୂଆ ରାଜିନାମା ନେବ 1958ରେ ପତ୍ର ବିନିମୟ ପରେ ଭାରତୀୟ ଗଣରାଜ୍ୟ ବେଲଜିୟମ ମଧ୍ୟରେ ଏହି ରାଜିନାମା ଅଛି ସ୍ୱାଧୀନତା ପୂର୍ବର ରାଜିନାମାରେ ଅପରାଧ ସଂଖ୍ୟା ସୀମିତ ଥିବାରୁ ବର୍ତ୍ତମାନର ପ୍ରକ୍ରିୟାଗତ ଆବଶ୍ୟକତା ପୂରଣ ହେଉ ନଥିବାରୁ ଏହା ସମୟୋପଯୋଗୀ ହୋଇ ପାରୁନାହିଁ

 

***********


(ରିଲିଜ ଆଡି: 1607834) ପରିଦର୍ଶକ କାଉଣ୍ଟର : 130
ଏହି ରିଲିଜ ପଢନ୍ତୁ : English