କ୍ୟାବିନେଟ

ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି-2.0) ଯୋଜନାକୁ କ୍ୟାବିନେଟ ମଞ୍ଜୁରି

Posted On: 21 MAR 2020 9:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି-2.0) ଯୋଜନା ଲାଗି ଆର୍ଥିକ ସହାୟତା ଯୋଗାଇଦେବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଜରିଆରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ସାଧାରଣ ସୁବିଧାକୁ ବିକଶିତ କରିବା ଏହାର ଉଦ୍ଦେଶ୍ୟ । ଏହା ଆଶା କରାଯାଉଛି ଯେ, ଏସବୁ ଇଏମସି ଫଳରେ ଇଏସବିଏମ କ୍ଷେତ୍ର ସହିତ ଉଦ୍ୟମିତା ସମ୍ବନ୍ଦୀୟ ପରିବେଶ ବିକଶିତ ହୋଇପାରିବ । ନବୋନ୍ମେଷକୁ ପ୍ରୋତ୍ସାହନ ମିଳିବା ସହିତ ଏହି କ୍ଷେତ୍ରରେ ବିକାଶ ତ୍ୱରାନ୍ୱିତ ହେବ । ଏହା ଏହି କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଟିକସ ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ । 

ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି-2.0) ଯୋଜନା ଫଳରେ ଇଏମସି ଓ ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠାରେ ଆବଶ୍ୟକ ସହଯୋଗ ମିଳିବ । ଏହି ଯୋଜନାକୁ ଧ୍ୟାନରେ ରଖି ଗୋଟିଏ ଇଏମସିକୁ ସ୍ୱତନ୍ତ୍ର ସର୍ବନିମ୍ନ ପରିଧି ବିଶିଷ୍ଟ ନିକଟବର୍ତ୍ତୀ ଭୌଗଳିକ କ୍ଷେତ୍ରରେ ପ୍ରତିଷ୍ଠା କରାଯିବ । ଏହାର ଅନ୍ତର୍ଗତ ମୌଳିକ ଭିତ୍ତିଭୂମି, ବିଶିଷ୍ଟ ସୁବିଧା ଓ ଇଏସଡିଏମ ୟୁନିଟ ଲାଗି ଅନ୍ୟ ସାଧାରଣ ସୁବିଧା ବିକାଶ ଉପରେ ଫୋକସ କରାଯାଇପାରିବ ।

ଆର୍ଥିକ ବ୍ୟୟ-

ପ୍ରସ୍ତାବିତ ଇଏମସି-2.0 ଯୋଜନା ଲାଗି ମୋଟ 3762.25 କୋଟି ଟଙ୍କା ବ୍ୟୟ କରାଯିବ । ଏଥିମଧ୍ୟରୁ 3725 କୋଟି ଟଙ୍କା ଆର୍ଥିକ ସହାୟତା ଓ 8 ବର୍ଷର ଅବଧି ସମୟରେ 37.27କୋଟି ଟଙ୍କା ପ୍ରଶାସନିକ ଏବଂ ପରିଚାଳନା ସମ୍ବନ୍ଧୀୟ ବ୍ୟୟ ସାମିଲ ରହିଛି ।

ଲାଭ-

ଏହି ଯୋଜନା ଫଳରେ ଇଏସଡିଏମ କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ଲାଗି ଇଲେକ୍ଟ୍ରୋନିକ ଉଦ୍ୟୋଗ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ଆଧାର ସୃଷ୍ଟି ହେବ । ଏହା ନିଯୁକ୍ତି ସୁଯୋଗ ମଧ୍ୟ ବଢ଼ାଇବ ।

କ)     ଇଲେକ୍ଟ୍ରୋନିକ କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ଲାଗି ପ୍ରସ୍ତୁତ ଭିତ୍ତିଭୂମି ଓ କମ୍ପ୍ୟୁଟର     ପ୍ରଣାଳୀ ସହ ଜଡିତ ଉପକରଣର ଉପଲବ୍ଧତା ସୁନିଶ୍ଚିତ ହେବ ।

ଖ)     ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ବଢ଼ିବ ।

ଗ)     ଉତ୍ପାଦନ ୟୁନିଟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଘ)     ଉତ୍ପାଦନ ୟୁନିଟ ପକ୍ଷରୁ ଦିଆଯାଉଥିବା ଟିକସ ଦ୍ୱାରା ରାଜସ୍ୱ ବୃଦ୍ଧି ପାଇବ ।

 

**********



(Release ID: 1607562) Visitor Counter : 244


Read this release in: English