ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହିଳାମାନଙ୍କ ନିରାପତ୍ତା ଏବଂ ମର୍ଯ୍ୟାଦା ରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 MAR 2020 3:39PM by PIB Bhubaneswar
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମହିଳା ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ରାଷ୍ଟ୍ରର ନିର୍ମାଣ ହେବା ଜରୁରୀ, ଯେଉଁଠାରେ ସମାନ ସୁଯୋଗ ଓ ଅଧିକାର ଉପରେ ଗୁରୁତ୍ୱ ଦିଆଯାଉଥିବ ।
ଏକ ଟ୍ୱିଟ ଜରିଆରେ ସେ କହିଛନ୍ତି, “ପ୍ରତ୍ୟେକ କ୍ଷେତ୍ରରେ ନାରୀ ଶକ୍ତି ନିଜର ଉତ୍କର୍ଷ ପ୍ରତିପାଦନ କରିଛି ।”
ନ୍ୟାୟିକ ବ୍ୟବସ୍ଥାର ବିଜୟ ହୋଇଛି । ମହିଳାମାନଙ୍କର ନିରାପତ୍ତା ଏବଂ ମର୍ଯ୍ୟାଦା ରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
************
(ରିଲିଜ ଆଡି: 1607325)
ପରିଦର୍ଶକ କାଉଣ୍ଟର : 150