ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ପରିସ୍ଥିତିକୁ ନେଇ ସରକାର ସଂପୂର୍ଣ୍ଣ ଭାବେ ସଜାଗ ଅଛନ୍ତି – ପ୍ରଧାନମନ୍ତ୍ରୀ

• ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରାକୁ ବର୍ଜନ କରିବା ଲାଗି ଜନସାଧାରଣଙ୍କୁ ନିବେଦନ
• ଆଗାମୀ ଦିନରେ ବିଦେଶ ଯାତ୍ରା କରିପାରିବେ ନାହିଁ କେନ୍ଦ୍ର ମନ୍ତ୍ରୀ

प्रविष्टि तिथि: 12 MAR 2020 6:53PM by PIB Bhubaneswar

କୋଭିଡ-19 ନୋଭେଲ କରୋନା ଭୂତାଣୁ ପରିସ୍ଥିତିକୁ ନେଇ ସରକାର ସମ୍ପୁର୍ଣ୍ଣ ରୂପେ ସଜାଗ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ଆଜି ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କ ସୁରକ୍ଷା ଦିଗରେ ମନ୍ତ୍ରଣାଳୟ ଏବଂ ରାଜ୍ୟମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି

ଭୟଭୀତ ନ ହେବା ସହିତ ଅନାବଶ୍ୟକ ଯାତ୍ରା ଓ ଜନ ସମାଗମକୁ ବର୍ଜନ କରିବା ଲାଗି ସେ ଲୋକଙ୍କୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀ ଆଗାମୀ ଦିନରେ ବିଦେଶ ଯାତ୍ରା କରିପାରିବେ ନାହିଁ

 

**********

 


(रिलीज़ आईडी: 1606162) आगंतुक पटल : 137
इस विज्ञप्ति को इन भाषाओं में पढ़ें: English