କ୍ୟାବିନେଟ

ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 03 JUL 2019 2:56PM by PIB Bhubaneswar

ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ନେଇ ଜୁନ 08, 2019ରେ ଭାରତ ଏବଂ ମାଳଦ୍ୱୀପ ସାଧାରଣତନ୍ତ୍ର ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।

ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ନେଇ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି:-

1. ଡାକ୍ତର, ଅଧିକାରୀ, ଅନ୍ୟାନ୍ୟ ବୃତ୍ତିଗତ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ବିଶେଷଜ୍ଞ ମାନଙ୍କ ଅଦଳ ବଦଳ ଓ ପ୍ରଶିକ୍ଷଣ;

2. ଚିକିତ୍ସା ଏବଂ ସ୍ୱାସ୍ଥ୍ୟଗତ ଗବେଷଣାରେ ବିକାଶ;

3. ଔଷଧ ଏବଂ ଚିକିତ୍ସା ଉତ୍ପାଦକୁ ନେଇ ଆଇନ ଏବଂ ଏହି ବିଷୟକ ସୂଚନା ଅଦଳ ବଦଳ;

4. ସଂକ୍ରାମକ ଏବଂ ଅଣ ସଂକ୍ରାମକ ରୋଗ;

5. ଇ-ସ୍ୱାସ୍ଥ୍ୟ ଓ ଟେଲି ମେଡିସିନ;

6. ପାରସ୍ପରିକ ନିଷ୍ପତି କ୍ରମେ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ।

ସହଯୋଗ ବିଷୟକୁ ନେଇ ଆଲୋଚନା କରିବା ପାଇଁ ଏବଂ ବୁଝାମଣା ପତ୍ରର କାର୍ଯ୍ୟକାରିତା ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯିବ ।

 

*************


(ରିଲିଜ ଆଡି: 1577155) ପରିଦର୍ଶକ କାଉଣ୍ଟର : 87