ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ (AYDMS) ସମ୍ମାନ

• ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ
• ଯୋଗାଭ୍ୟାସ ହେଉଛି ନୂତନ ଭାରତର ମନ୍ତ୍ର: ପ୍ରକାଶ ଜାଭଡେକର

Posted On: 08 JUN 2019 4:04PM by PIB Bhubaneshwar

ଭାରତରେ ଓ ବିଦେଶରେ ଯୋଗର ପ୍ରଚାର ଓ ପ୍ରସାର ପାଇଁ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱର ସ୍ୱୀକୃତି ସ୍ୱରୂପ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ  ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ସମ୍ମାନ (AYDMS) ପ୍ରଦାନ କରାଯିବ ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଯୋଗାଭ୍ୟାସ ଏବଂ ଯୋଗର ପ୍ରସାର ଫଳରେ ସୁସ୍ଥ ଓ ନିରାମୟ ଜୀବନ ସମ୍ଭବ ହୋଇପାରିଛି । ଯୋଗ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱକୁ ଭାରତର ଉପହାର ଏବଂ ଏହା ନୂତନ ଭାରତର ମନ୍ତ୍ର । ଯୋଗକୁ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଛି ଏବଂ ସମ୍ପ୍ରତି ପ୍ରତ୍ୟେକ ବର୍ଷ ଜୁନ 21ରେ ବିଶ୍ୱବ୍ୟାପୀ ପ୍ରାୟ 200 ଦେଶରେ ଏହାର ଅଭ୍ୟାସ କରାଯାଉଛି ।

ନିମ୍ନଲିଖିତ ବର୍ଗରେ ଗଣମାଧ୍ୟମମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

ଛାପା ଓ ଇଲେକ୍ଟ୍ରୋନିକ (ଟେଲିଭିଜନ ଓ ରେଡିଓ) ଗଣମାଧ୍ୟମକୁ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ସମ୍ମାନ (ଏୱାଇଡିଏମଏସ) ପ୍ରଦାନ କରାଯିବ । 3ଟି ବର୍ଗରେ 33ଟି ସମ୍ମାନ ପ୍ରଦାନ କରାଯିବ । ଖବରକାଗଜରେ ଶ୍ରେଷ୍ଠ ଯୋଗ ପ୍ରଚାରବର୍ଗରେ 22ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ 11ଟି ପୁରସ୍କାର ପ୍ରଦାନ କରାଯିବ । ଟେଲିଭିଜନରେ ଯୋଗ ପ୍ରଚାରବର୍ଗରେ 22ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ 11ଟି ସମ୍ମାନ ପ୍ରଦାନ କରାଯିବ ।

ରେଡିଓରେ ଯୋଗ ପ୍ରଚାରବର୍ଗରେ 22ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ 11ଟି ସମ୍ମାନ ପ୍ରଦାନ କରାଯିବ । ଏହି ପୁରସ୍କାରରେ ଏକ ସ୍ୱତନ୍ତ୍ର ମେଡାଲ, ଫଳକ, ଟ୍ରଫି ଏବଂ ପ୍ରଶଂସାପତ୍ର ପ୍ରଦାନ କରାଯିବ । ଏୱାଇଡିଏମଏସ ପାଇଁ କଭରେଜର ସମୟ ରହିବ 2019 ଜୁନ 10ରୁ ଜୁନ 25ଯୋଗକୁ ଲୋକପ୍ରିୟ କରିବା ପାଇଁ  6 ଜଣିଆ ବିଚାରକ କମିଟି ଦ୍ୱାରା ଗଣମାଧ୍ୟମମାନଙ୍କର ଭୂମିକା ବିଚାର କରାଯିବ ।

ପୁରସ୍କାର ବିଜୟୀଙ୍କ ନାମ ଘୋଷଣା କରାଯିବା ପରେ ପରବର୍ତ୍ତୀ ସମୟରେ ସୁବିଧା ମୁତାବକ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ସମ୍ମାନ (ଏୱାଇଡିଏମଏସ) ଉତ୍ସବର ଆୟୋଜନ କରାଯିବ । ପ୍ରାୟତଃ ଏହି ପୁରସ୍କାର ଉତ୍ସବ 2019 ଜୁଲାଇ ମାସରେ ଆୟୋଜନ ହେବ ।  ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ଘୋଷଣା କରିବା ସମୟରେ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

 

***********



(Release ID: 1573892) Visitor Counter : 137


Explainer release reference

“Practice of Yoga is the mantra of New India”: Prakash Javadekar
Read this release in: English