ରେଳ ମନ୍ତ୍ରଣାଳୟ
ଭାରତୀୟ ରେଳରେ ଖାଦ୍ୟର ମାନ ବଢ଼ାଇବା ପାଇଁ ପଦକ୍ଷେପ
प्रविष्टि तिथि:
27 DEC 2018 2:58PM by PIB Bhubaneshwar
ଖାଦ୍ୟର ମାନ ବଢ଼ାଇବା ପାଇଁ ନିଆଯାଇଥିବା କିଛି ପଦକ୍ଷେପ -
- ମୂଳ ରୋଷେଇ ଘର ତଥା ରୋଷେଇ ୟୁନିଟର ଉନ୍ନତିକରଣ
- ମୂଳ ରୋଷେଇ ଘରେ ସିସିଟିଭି କ୍ୟାମେରା ସ୍ଥାପନା କରିବା ସହ ଏହାର କେନ୍ଦ୍ରୀୟ ନିରୀକ୍ଷଣ କରିବା ।
- ମୂଳ ରୋଷେଇ ଘରର ସିଧାସଳଖ ଚିତ୍ର ଆଇଆରସିଟିସି ୱେବସାଇଟରେ ଉପଲବ୍ଧ କରାଇବା ।
- ଖାଦ୍ୟ ସୁରକ୍ଷା ନୀରିକ୍ଷକ ନିୟୋଜନ କରିବା ।
- ଖାଦ୍ୟର ମାନ, ସ୍ୱଚ୍ଛତା ଓ ପ୍ୟାଂଟ୍ରିକାରର ପରିଷ୍କାର ପରିଚ୍ଛନ୍ନତା ତୃତୀୟ ପକ୍ଷ ଅଡିଟ ମାଧ୍ୟମରେ ପରୀକ୍ଷା ।
- ରେଳଷ୍ଟେସନରେ ଇ-କ୍ୟାଟରିଂ ସେବା ବ୍ୟବସ୍ଥା
- ବଛାବଛା ଟ୍ରେନରେ ଇଚ୍ଛା ଅନୁଯାୟୀ ଖାଦ୍ୟ ବ୍ୟବସ୍ଥା ଓ ରେଡି-ଟୁ-ଇଟ ଖାଦ୍ୟର ବ୍ୟବସ୍ଥା ।
- ଆ-ଲା- କାର୍ଟେ ମେନୁକୁ ସୁଧାରିବା ତଥା ସଂଶୋଧନ କରିବା ।
- ମେନୁ ସାଙ୍ଗକୁ ଦର ତାଲିକାର ପ୍ରଦର୍ଶନ
- ଇକୋ-ଫ୍ରେଣ୍ଡଲି ଆଖୁଛେଦା (ଜୈବ ବିଘଟନ ଯୋଗ୍ୟ)ରୁ ପ୍ରସ୍ତୁତ ପ୍ୟାକେଜିଂ ସାମଗ୍ରୀର ପ୍ରଚଳନ ।
- ଦୂରନ୍ତୋ ଓ ରାଜଧାନୀ ଟ୍ରେନ ଗୁଡ଼ିକରେ ସର୍ଭିସଟ୍ରଲି ବ୍ୟବସ୍ଥା
- ରାଜଧାନୀ, ଦୂରନ୍ତୋ, ଶତାଦ୍ଦୀ ଟ୍ରେନଗୁଡ଼ିକରେ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥା ।
- ଜୈବ ବିଘଟନ ଯୋଗ୍ୟ ସାମଗ୍ରୀରେ ତିଆରି ମିଲ ଟ୍ରେ ସାଙ୍ଗକୁ ଏୟାରଟାଇଟ ସିଲଡ କଭର ବଛାବଛା ରାଜଧାନୀ ଓ ଦୂରନ୍ତୋ ଏକ୍ସପ୍ରେସରେ ଆରମ୍ଭ ହୋଇଛି ।
- ହମସଫର ଟ୍ରେନ ଗୁଡିକରେ ସ୍ୱୟଂଚାଳିତ ଭେଣ୍ଡିଂ ମେସିନ ସେବା ଆରମ୍ଭ କରିବା ।
- ଯାତ୍ରୀମାନଙ୍କ ମତାମତ ଓ ନିରୀକ୍ଷଣ ଆବେଦନପତ୍ର ଗ୍ରହଣ କରିବାକୁ କ୍ୟାଟରିଂ ନିରୀକ୍ଷକମାନଙ୍କୁ ଟାବଲେଟ ଯୋଗାଇବା
- କ୍ୟାଟରିଂ ସେବା କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ନିର୍ଦ୍ଦିଷ୍ଟ ରହିବ
- ହାତରେ ଧରି ହେଉଥିବା ପିଓଏସ ମେସିନ ସାଙ୍ଗକୁ କ୍ୟୁଆର୍କୋଡ ବ୍ୟବସ୍ଥାକୁ ବଛାବଛା ଟ୍ରେନରେ ପରୀକ୍ଷାମୂଳକ ଭାବେ ଲଗାଯାଇଛି ।
- ତୃତୀୟ ପକ୍ଷ ସଂସ୍ଥା ଦ୍ୱାରା ଗ୍ରାହକ ସନ୍ତୁଷ୍ଟି ସର୍ବେକ୍ଷଣ
- କ୍ୟାଟରିଂ ସେବାର ନିରୀକ୍ଷଣ ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରୀୟ କ୍ୟାଟରିଂ ସର୍ଭିସ ମନିଟରିଂ ସେଲ (CSMC) -ଟୋଲ ଫ୍ରି ନମ୍ବର- 1800-111-321, ଅଲ୍ଇଣ୍ଡିଆ ହେଲପଲାଇନ ନମ୍ବର 138, ଟ୍ୱିଟର ହ୍ୟାଣ୍ଡଲ, ସିପିଜିଆର ଏଏସଏସ, ଇ-ମେଲ, ଓ ଏସଏମଏସ ଦ୍ୱାରା ସମସ୍ୟା ସମାଧାନ ।
ଲୋକସଭାରେ ଏକ ପ୍ରଶ୍ନରେ ଲିଖିତ ଉତ୍ତରରୁଏହି ସୂଚନା ମିଳିଛି ।
************
(रिलीज़ आईडी: 1557568)
आगंतुक पटल : 64