କ୍ୟାବିନେଟ

ଭାରତ, ଦକ୍ଷିଣ ଆଫ୍ରିକା ଦ୍ୱାରା ମିଳିତ ଡାକ ଟିକେଟ ଜାରି ବିଷୟରେ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଗଲା

ପୋଷ୍ଟ କରାଯିବା ଦିନାଙ୍କ: 17 DEC 2018 8:52PM by PIB Bhubaneswar

"ମହାତ୍ମା ଗାନ୍ଧୀଙ୍କ ପିଟରମାର୍ଟିଜବର୍ଗ ଷ୍ଟେସନ ଘଟଣାର 125 ବର୍ଷ ପୂର୍ତ୍ତି ଏବଂ ନେଲସନ ମଣ୍ଡେଲାଙ୍କ ଜନ୍ମଶତବାର୍ଷିକୀ' ବିଷୟ ଉପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ମିଳିତ ଡାକ ଟିକେଟ ଜାରି କରିବା ବିଷୟରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିଷୟରେ ମିଳିତ ଭାବେ ଡାକ ଟିକେଟ ଜାରି କରିବା ନିମନ୍ତେ ସହମତ ହୋଇଥିଲେ । ଏହି ଡାକ ଟିକେଟକୁ ମହାତ୍ମା ଗାନ୍ଧୀଙ୍କ ପିଟରମାର୍ଟିଜବର୍ଗ ଷ୍ଟେସନ ଘଟଣାର 125 ବର୍ଷ ଏବଂ ନେଲସନ ମଣ୍ଡେଲାଙ୍କ ଜନ୍ମଶତବାର୍ଷିକୀ' ବିଷୟ ଉପରେ ଜାରି କରାଯାଇଛି । ଏହି ମିଳିତ ଡାକ-ଟିକେଟ 26 ଜୁଲାଇ, 2018ରେ ଜାରି କରାଯାଇଥିଲା ।

ଉପରୋକ୍ତ ବିଷୟ ନେଇ ଜାରି କରାଯାଇଥିବା ସ୍ମାରକୀ ଡାକ ଟିକେଟ ଉପରେ ଭାରତର "ମହାତ୍ମା ଗାନ୍ଧୀ'' ଏବଂ ଦକ୍ଷିଣ ଆଫ୍ରିକାର "ନେଲସନ ମଣ୍ଡେଲା''  ଛପା ହୋଇଛି ।

 

**************


(ରିଲିଜ ଆଡି: 1556557) ପରିଦର୍ଶକ କାଉଣ୍ଟର : 85