କ୍ୟାବିନେଟ
ଭାରତ, ଫ୍ରାନ୍ସ ଶକ୍ତି ସକ୍ରିୟତା/ଶକ୍ତି ସଂରକ୍ଷଣ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
प्रविष्टि तिथि:
06 DEC 2018 7:34PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଶକ୍ତି ସକ୍ରିୟତା/ଶକ୍ତି ସଂରକ୍ଷଣ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ବୁଝାମଣା ପତ୍ର 2018 ମସିହା ଅକ୍ଟୋବର 17 ତାରିଖ ଦିନ ସ୍ୱାକ୍ଷରିତ ହୋଇଥିଲା ।
ପ୍ରମୁଖ ପ୍ରଭାବ:
ଏହି ବୁଝାମଣା ପତ୍ର ଏକ ବିଜ୍ଞାନ ଏବଂ ପ୍ରଯୁକ୍ତିଗତ ରାଜିନାମା ଯାହା ମାଧ୍ୟମରେ ପ୍ରଯୁକ୍ତିଗତ ସହଯୋଗ ମାଧ୍ୟମରେ ଜ୍ଞାନ ଏବଂ ଅନ୍ୟାନ୍ୟ ପ୍ରକାର ସହାୟତା ଆଦାନ ପ୍ରଦାନ କରାଯାଇପାରିବ । ସେହିଭଳି ଏହି ବୁଝାମଣା ପତ୍ର ଦୁଇ ଦେଶ ମଧ୍ୟରେ ନୀତିଗତ, କାର୍ଯ୍ୟକ୍ରମ ଓ ପ୍ରଯୁକ୍ତି ସଂକ୍ରାନ୍ତ ସୂଚନା ଆଦାନ ପ୍ରଦାନ ଦିଗରେ ଆବଶ୍ୟକତା ଅନୁସାରେ ବେଶ ସହାୟକ ହେବ ।
ଉପକାରିତା:
ଏହି ବୁଝାମଣା ପତ୍ର ଉଭୟ ଭାରତ ଏବଂ ଫ୍ରାନ୍ସରେ ନିଜ ନିଜ କ୍ଷେତ୍ରରେ ଶକ୍ତି ସକ୍ରିୟତା ଏବଂ ସଂରକ୍ଷଣ ଜନିତ ସଚେତନତନା ବୃଦ୍ଧି ଏବଂ ଅଙ୍ଗାରକାମ୍ଳ ନିର୍ଗମନ ନିୟନ୍ତ୍ରଣ ଏବଂ ଜିଏଚଜି ଡ଼ାଟା ଉପଯୋଗ ମାଧ୍ୟମରେ ବିଶ୍ୱ ଆଏନଡ଼ିସି ନିର୍ଗମନକୁ ଟ୍ରାକିଂ କରିବା ଆଦି କାର୍ଯ୍ୟ ସଂପାଦନ କରିପାରିବ । ପୁନଶ୍ଚ ଏହା ଶକ୍ତି ସକ୍ରିୟତା ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା ଓ ବିକାଶ ତଥା ସେସବୁର ପ୍ରଦର୍ଶନ ଦିଗରେ ଉପକାରସିଦ୍ଧ ହୋଇପାରିବ । ବିଦ୍ୟୁତ ସରବରାହ ଦିଗରେ ଏହାର ଉପକାରିତା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଉଛି ।
***************
(रिलीज़ आईडी: 1555465)
आगंतुक पटल : 88