ଖଣି ମନ୍ତ୍ରଣାଳୟ

ନାଲକୋର ଦମଦାର ପ୍ରଦର୍ଶନ

• ପ୍ରଥମ 6 ମାସରେ କମ୍ପାନୀର ପରିଚାଳନା ଲାଭରେ 4 ଗୁଣ ବୃଦ୍ଧି

Posted On: 13 NOV 2018 3:37PM by PIB Bhubaneshwar

ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ଏକ ନବରତ୍ନ  ସାର୍ବଜନୀନ କ୍ଷେତ୍ର ଉପକ୍ରମ (PSU) ଜାତୀୟ ଆଲୁମିନିୟମ କମ୍ପାନୀ (NALCO) ପୁଣି ଥରେ ଆର୍ଥିକ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଛି । 2018-19 ଆର୍ଥିକ ବର୍ଷର ପ୍ରଥମ 6 ମାସରେ କମ୍ପାନୀ 5,952 କୋଟି ଟଙ୍କାର କାରବାର କରିଛି ଯାହାକି 2017-18ର ପ୍ରଥମ 6 ମାସରେ କରାଯାଇଥିବା କାରବାର ତୁଳନାରେ ଶତକଡା 42 ପ୍ରତିଶତ ଅଧିକ । କମ୍ପାନୀର ଶୁଦ୍ଧ ମୁନାଫା 2018-19 ଆର୍ଥିକ ବର୍ଷର ପ୍ରଥମ 6 ମାସ ମଧ୍ୟରେ 229 ପ୍ରତିଶତର ଦମଦାର ପ୍ରଗତି ଦର୍ଶାଇ 1197 କୋଟି ଟଙ୍କାର ସ୍ତରରେ ପହଂଚିଛି, ଯେତେବେଳେ କି ଗତ ବର୍ଷ (2017-18)ର ପ୍ରଥମ 6 ମାସରେ କମ୍ପାନୀର ଶୁଦ୍ଧ ଲାଭ 364 କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା ।

ଚଳିତ ଆର୍ଥିକ ବର୍ଷର ପ୍ରଥମ 6 ମାସରେ ଯେତେବେଳେ ଗୋଟିଏ ପଟେ ନାଲକୋର ଶୁଦ୍ଧ ଲାଭ ପାଖାପାଖି 3 ଗୁଣ ବଢ଼ିଯାଇଛି, ସେତେବେଳେ ଅନ୍ୟପଟେ କମ୍ପାନୀର ପରିଚାଳନା ଲାଭ ଗତ ଆର୍ଥିକ ବର୍ଷର ପ୍ରଥମ 6 ମାସରେ ଅର୍ଜିତ 334 କୋଟି ଟଙ୍କା ତୁଳନାରେ ଏହି ସମୟରେ 4 ଗୁଣରୁ ମଧ୍ୟ ଅଧିକ ବୃଦ୍ଧି ପାଇ 1624 କୋଟି ଟଙ୍କାର ସ୍ତରକୁ ଛୁଇଁଛି

କମ୍ପାନୀର ଇବିଆଇଟିଡିଏ (ସୁଧ, କର, ମୂଲ୍ୟହ୍ରାସ ଏବଂ କରଜ ଆଦାୟ ପୂର୍ବ ଆୟ) ମାର୍ଜିନ 17 ପ୍ରତିଶତରୁ ଦୁଇ ଗୁଣା ହୋଇ 34 ପ୍ରତିଶତ ସ୍ତରରେ ପହଂଚିଛି । ଆଜି ଭୁବନେଶ୍ୱରରେ ଆୟୋଜିତ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳ ବୈଠକରେ ଆର୍ଥିକ ବର୍ଷ 2018-19ର ଦ୍ୱିତୀୟ କ୍ୱାର୍ଟର ଏବଂ ପ୍ରଥମ 6 ମାସର ଆର୍ଥିକ ପରିମାଣର ସମୀକ୍ଷା କରାଯାଇଛି । ନାଲକୋ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ 510 କୋଟି ଟଙ୍କାର ଶୁଦ୍ଧ ଲାଭ ହାସଲ କରିଛି, ଯାହାକି ଗତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଅର୍ଜିତ କରାଯାଇଥିବା 235 କୋଟି ଟଙ୍କାର ଶୁଦ୍ଧ ଲାଭ ତୁଳନାରେ ଦୁଇ ଗୁଣରୁ ମଧ୍ୟ ଅଧିକ । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ କମ୍ପାନୀର ପରିଚାଳନା ଲାଭ 229 ପ୍ରତିଶତ ବୃଦ୍ଧି ପାଇ 735 କୋଟି ଟଙ୍କାର ସ୍ତରକୁ ଛୁଇଁଛି, ଯାହାକି ଏହାର ବିଗତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଅର୍ଜିତ 223 କୋଟି ଟଙ୍କାର ପରିଚାଳନା ଲାଭ ତୁଳନାରେ 229 ପ୍ରତିଶତ ଅଧିକ ।

ଆମେରିକାର ବ୍ୟବସାୟିକ ପ୍ରତିବନ୍ଧକ ଆଦି କାରଣରୁ ଆଲୁମିନା ଏବଂ ଆଲୁମିନିୟମ ବଜାରରେ ଦ୍ରୂତ ଉନ୍ନତି-ଅବନ୍ନତି ଲାଗି ରହିବା ସତ୍ୱେ ନାଲକୋ ନୂତନ କାରବାର ମଣ୍ଡଳ ମାଧ୍ୟମରେ ଏହାର ପ୍ରଦର୍ଶନରେ ଉଲ୍ଲେଖନୀୟ ସୁଧାର ଆଣିବାରେ ସକ୍ଷମ ସାବ୍ୟସ୍ତ ହୋଇଛି । ନାଲକୋ ଦେଢ଼ ବର୍ଷ ତଳେ ନୂତନ କାରବାର ମଣ୍ଡଳ ଗଠନ କରିଥିଲା । କମ୍ପାନୀର ଏହି ନୂତନ ମଣ୍ଡଳ ଦ୍ୱାରା ବିଗତ ଆର୍ଥିକ ବର୍ଷ ଅର୍ଥାତ 2017-18ରେ ଏହାର ଶୁଦ୍ଧ ଲାଭ ଦୁଇଗୁଣ କରିବାରେ ସହାୟତା ମିଳିଛି । ଏହିପରି 2018-19 ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଏଥିରେ ଆହୁରି ଅଧିକ ଉଲ୍ଲେଖନୀୟ ସୁଧାର ଦେଖାଯାଇଛି । ନାଲକୋ 2018-19 ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ 687 କୋଟି ଟଙ୍କାର ଶୁଦ୍ଧ ଲାଭ ହାସଲ କରିଛନ୍ତି, ଯେତେବେଳେ କି 2017-18ର ପ୍ରଥମ କ୍ୱାର୍ଟରରେ କମ୍ପାନୀର ଶୁଦ୍ଧ ଲାଭ 129 କୋଟିର ଆକଳନ କରାଯାଇଥିଲା । ନାଲକୋର ଦମଦାର ପ୍ରଦର୍ଶନର କ୍ରମ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଜାରି ରହିଛି । ନୂତନ କାରବାର ମଡେଲ ଅନ୍ତର୍ଗତ ବିଶିଷ୍ଟ ଉପଭୋଗରେ ହ୍ରାସ କରିବା, ନିବେଶରେ ହ୍ରାସ କରିବା, ଉତ୍ପାଦନ ବୃଦ୍ଧି କରିବା, ହାଜିର ବଜାର (ସ୍ପଟ ମାର୍କେଟ)ରେ ରଣନୈତିକ ବିପଣନ କରିବା ଇତ୍ୟାଦି ଉପରେ ଫୋକସ ରହିଛି । ନାଲକୋ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ (ସିଏମଡି) ଡଃ ଟିକେ ଚାନ୍ଦଙ୍କ ନେତୃତ୍ୱରେ କମ୍ପାନୀର ସମର୍ପିତ ଏବଂ ଦୃଢ଼ ପ୍ରତିଜ୍ଞ ଟିମକୁ 2018-19ର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ରେକର୍ଡ କାରବାର କରିବା ଏବଂ ମୁନାଫା ଅଧିକ କରିବାର ଭରସା ରହିଛି ।

 

*************

 



(Release ID: 1552709) Visitor Counter : 100