ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
ଏସଏଆଇ, ଏନଏସଏସ ଓ ଏନୱାଇକେଏସର 2000 ଅଂଶଗ୍ରହଣକାରୀ ‘ଏକତା ପାଇଁ ଦୌଡ’ରେ ଭାଗନେବେ
ପୋଷ୍ଟ କରାଯିବା ଦିନାଙ୍କ:
30 OCT 2018 3:40PM by PIB Bhubaneswar
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର କ୍ରୀଡ଼ା ବିଭାଗ ଆସନ୍ତା କାଲି 2018 ଅକ୍ଟୋବର 31କୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI), ରାଷ୍ଟ୍ରୀୟ ସେବା ଯୋଜନା (NSS) ଏବଂ ରାଷ୍ଟ୍ରୀୟ ଯୁବ କେନ୍ଦ୍ର ସଙ୍ଗଠନ (NYKS)ର 2000 ଅଂଶଗ୍ରହଣକାରୀମାନଙ୍କ ସହ ‘ଏକତା ପାଇଁ ଦୌଡ’ (ରନ ଫର ୟୁନିଟି)ରେ ଭାଗନେବେ ।
କ୍ରୀଡା ଜଗତର ଅନେକ ହସ୍ତୀ ଯଥା ଶ୍ରୀ ଜାଫର ଇକବାଲ (ଅଲିମ୍ପିକ ଖେଳାଳି, ହକି), ଶ୍ରୀମତି ମେରିକମ (ଅଲିମ୍ପିକ ଖେଳାଳି, ବକ୍ସିଂ), ଶ୍ରୀ ଶରଦ (ପାରା ଆଥଲେଟ), ସୁଶ୍ରୀ ଦୀପା କେ କର୍ମକାର (ଜିମ୍ନାଷ୍ଟିକ୍ସ), ଶ୍ରୀ ଅଭିଷେକ ବର୍ମା (ତୀରନ୍ଦାଜି) ଏବଂ ସୁଶ୍ରୀ ସୋନିଆ ଲାଦର ମଧ୍ୟ ‘ରନ ଫର ୟୁନିଟି’ରେ ଭାଗ ନେବେ ।
‘ରନ ଫର ୟୁନିଟି’ର ଆୟୋଜନ ପାଇଁ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି । ମନ୍ତ୍ରଣାଳୟ ଅଂଶଗ୍ରହଣକାରୀମାନଙ୍କ ପାଇଁ 2000 ଟି ସାର୍ଟ ସହିତ ‘ଫ୍ଲାଗ-ଅଫ ଫର ଦି ରନ’ ପାଇଁ ଏକ ଧ୍ୱଜର ମଧ୍ୟ ବ୍ୟବସ୍ଥା କରିଛି ।
*************
(ରିଲିଜ ଆଡି: 1551343)
ପରିଦର୍ଶକ କାଉଣ୍ଟର : 80