ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ମାଓବାଦୀ କାର୍ଯ୍ୟକଳାପ
प्रविष्टि तिथि:
20 MAR 2018 8:48PM by PIB Bhubaneswar
2012-14 ତୁଳନାରେ 2015-17 ରେ ବିଗତ ତିନି ବର୍ଷରେ ବାମପନ୍ଥୀ ଉଗ୍ରବାଦୀ କ୍ୟାଡରଙ୍କ ମୃତ୍ୟୁ 88.6% ବୃଦ୍ଧି ପାଇଥିବା ବେଳେ ଆତ୍ମସମର୍ପଣ 92.2% ବୃଦ୍ଧି ପାଇଛି ।
2017ରେ ଦେଶର ସର୍ବାଧିକ ମାଓବାଦୀ ପ୍ରଭାବିତ 35ଟି ଜିଲ୍ଲାରେ 88.5% ହିଂସା(ମୋଟ 908 ରୁ 804) ଘଟିଛି । 2017ରେ ଦେଶର 20ଟି ଜିଲ୍ଲାରେ 80% ମାଓବାଦୀ ହିଂସା ଘଟିଛି । 2017ରେ କେବଳ 58ଟି ଜିଲ୍ଲାରେ ମାଓବାଦୀ ହିଂସା ହୋଇଥିବା ଖବର ମିଳିଛି ।
ପ୍ରଶିକ୍ଷଣ ବ୍ୟତୀତ ମାଓବାଦୀ ବିରୋଧୀ ଅଭିଯାନରେ ସେନା ବ୍ୟବହାରର କୌଣସି ଯୋଜନା ନାହିଁ । ମାଓବାଦୀ ପ୍ରଭାବିତ ଜିଲ୍ଲାରେ ହେଲିକପ୍ଟରଗୁଡ଼ିକୁ କେବଳ ପରିବହନ କାର୍ଯ୍ୟରେ ବ୍ୟବହାର କରାଯାଉଛି ।
ବାମପନ୍ଥୀ ଉଗ୍ରବାଦୀଙ୍କ ମୁକାବିଲା ନିମନ୍ତେ ସରକାର ବହୁମୁଖୀ ରଣକୌଶଳ କରିଛନ୍ତି । ଏଥିରେ ଅଛି ନିରାପତ୍ତାଜନିତ ପଦକ୍ଷେପ, ବିକାଶମୂଳକ ଯୋଜନା ଏବଂ ସ୍ଥାନୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେବା ଇତ୍ୟାଦି । ଏହାଦ୍ୱାରା ମାଓବାଦୀ ପ୍ରଭାବିତ ଅଞ୍ଚଳର ବିକାଶ ହୋଇପାରିଛି ଏବଂ ହିଂସା ମଧ୍ୟ ହ୍ରାସ ପାଇଛି । ଏଥିସହ ସେମାନଙ୍କ ଅଧିକାରରେ ଥିବା ଅଞ୍ଚଳର ପରିସୀମା ମଧ୍ୟ ସଂକୁଚିତ ହେବାରେ ଲାଗିଛି ।
ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଜଙ୍ଗଲ ଅନୁମତି ପ୍ରକ୍ରିୟାରେ ସରଳୀକରଣ କରାଯାଇଛି । କୌଣସି ପ୍ରକଳ୍ପରେ ବାଧା ଉପୁଜିଲେ ତାହା ଦୂର କରିବାକୁ ନିୟମିତ ସ୍ୱରାଷ୍ଟ୍ର ମନ୍ତ୍ରୀ, କ୍ୟାବିନେଟ ସଚିବ, ଗୃହ ସଚିବ, ବିଭାଗୀୟ ମନ୍ତ୍ରୀ ଏବଂ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ ବସୁଛି । ଏହାଦ୍ୱାରା ବିକାଶ ଯୋଜନାରେ ଅଗ୍ରଗତି ହୋଇପାରିଛି ।
ଲୋକସଭାରେ ମଙ୍ଗଳବାର ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହିର ଏହି ସୂଚନା ଦେଇଛନ୍ତି ।
*****************
(रिलीज़ आईडी: 1525711)
आगंतुक पटल : 37