ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଆର୍ମେନିଆ ରାଷ୍ଟ୍ରପତି

प्रविष्टि तिथि: 03 NOV 2017 6:26PM by PIB Bhubaneswar

ଆର୍ମେନିଆ ରାଷ୍ଟ୍ରପତି ଶ୍ରୀ ସର୍ଜ ସାର୍ଗସିଆନ ଆଜି (ନଭେମ୍ବର 3, 2017) ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି

ଆର୍ମେନିଆ ରାଷ୍ଟ୍ରପତିଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ସ୍ୱାଗତ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆର୍ମେନିଆ ରାଷ୍ଟ୍ରପତି ଭିତିକ ଶାସନ ବ୍ୟବସ୍ଥାରୁ ସଫଳତାର ସହ ସଂସଦୀୟ ବ୍ୟବସ୍ଥାକୁ ପରିବର୍ତ୍ତନ ଘଟାଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେୱାର୍ଲ୍ଡ ଫୁଡ ଇଣ୍ଡିଆ ପ୍ରଦର୍ଶନୀରେ ତାଙ୍କ ଯୋଗଦାନକୁ ସେ ପ୍ରଶଂସା କରିଥିଲେ

ରାଷ୍ଟ୍ରପତି କହିଲେ ଯେ ଭାରତ ଆର୍ମେନିଆ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛିଉଭୟଙ୍କ ମଧ୍ୟରେ ଥିବା ଉଷ୍ମ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଇତିହାସ ପ୍ରାଚୀନଶହ ଶହ ବର୍ଷ ଧରି ଉଭୟ ରାଷ୍ଟ୍ରର ଲୋକେ ପରସ୍ପରର ସମ୍ପର୍କରେ ଅଛନ୍ତିକୋଲକାତା, ଚେନ୍ନାଇ  ଏବଂ ଭାରତର ଅନ୍ୟାନ୍ୟ ନଗରୀମାନଙ୍କରେ ଆର୍ମେନିୟ ଭାଇଭଉଣୀମାନଙ୍କ ସହ ଆମେ ସହବସ୍ଥାନ କରିଆସିଛୁଏକ ସମାନ ଐତିହ୍ୟରେ ସହଭାଗୀ ହୋଇଥିବାରୁ ଆମେ ନିଜକୁ ଗର୍ବିତ ମନେକରୁ

ସେହିଭଳି ଆମର ଦ୍ୱିପାକ୍ଷିକ ସମ୍ପର୍କର ନିବିଡତା ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଲେ ଯେ  ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଆର୍ଥିକ ବାଣିଜ୍ୟିକ ସମ୍ପର୍କ ବୃଦ୍ଧିର ପର୍ଯ୍ୟାପ୍ତ ସୁଯୋଗ ରହିଛିସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିର ଯଥେଷ୍ଟ ଅବସର ଅଛିଆର୍ମେନିଆ ରାଷ୍ଟ୍ରପତିଙ୍କ ଏହି ଗସ୍ତ ଭାରତ-ଆର୍ମେନିଆ ସମ୍ପର୍କକୁ ଅଧିକ ଘନିଷ୍ଠ କରିବାରେ ସହାୟକ ହେବ ବୋଲି ରାଷ୍ଟ୍ରପତି ଆଶାପ୍ରକଟ କରିଥିଲେ

ଆର୍ମେନିଆର ୟେରେଭାନ ଷ୍ଟେଟ ୟୁନିଭରସିଟିରେ ଏକ ହିନ୍ଦୀ ଚେୟାର ଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଥିଲେଖୁବ ଶୀଘ୍ର ଆର୍ମେନିଆନ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ କଲଚର ଆଣ୍ଡ ସ୍ପୋର୍ଟସଠାରେ ଏକ ଯୋଗ ଚେୟାର ପ୍ରତିଷ୍ଠା କରାଯିବଏଭଳି ପ୍ରୟାସ ଉଭୟ ରାଷ୍ଟ୍ରଙ୍କ ସମ୍ପର୍କକୁ ଆହୁରି ନିବିଡ କରିବ

 

************


(रिलीज़ आईडी: 1509080) आगंतुक पटल : 30