ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ନଗଦବିହୀନ ପାଉଣା ଗ୍ରହଣ କରିବାକୁ ଡ଼ାକ୍ତରମାନଙ୍କୁ ନିର୍ଦ୍ଦେଶ

ପୋଷ୍ଟ କରାଯିବା ଦିନାଙ୍କ: 07 FEB 2017 11:07AM by PIB Bhubaneswar

 ଭାରତୀୟ ମେଡ଼ିକାଲ କାଉନସିଲ (ପେଶାଦାର ଆଚରଣ, ସୌଜନ୍ୟ ଏବଂ ନୀତିନିୟମ) ନିୟାମକ,୨୦୦୨ ଅନୁସାରେ  ଜଣେ ଡ଼ାକ୍ତର ତାଙ୍କ ଚାମ୍ବର ବାହାରେ ତାଙ୍କର ପାଉଣା ଏବଂ ଅନ୍ୟାନ୍ୟ ମୂଲ୍ୟ ସ୍ପଷ୍ଟ ରୂପେ ବୋର୍ଡ଼ରେ ସୂଚାଇବା ଆବଶ୍ୟକ ଏବଂ/କିମ୍ବା ସେ ଯାଉଥିବା ହସପିଟାଲ ବୋର୍ଡ଼ରେ ମଧ୍ୟ ତାହା ଦର୍ଶାଯିବା ଦରକାର । ପୁନଶ୍ଚ ଜଣେ ଚିକିତ୍ସକ ସେବା ପ୍ରଦାନ କରିବା ପୂର୍ବରୁ ତାଙ୍କର ପାଉଣା କେତେ ତାହା ସ୍ପଷ୍ଟ ଭାବେ କହିବା ଜରୁରି । କୌଣସି ପରିସ୍ଥିତିରେ ଅପରେସନ କିମ୍ବା ଚିକିତ୍ସା କରିସାରିବା ପରେ  ସେ ତାହା ପ୍ରକାଶ କରିବେ ନାହିଁ । ଚିକିତ୍ସା ସେବା ପ୍ରଦାନ ପୂର୍ବରୁ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଭାବେ ଏହି ମୂଲ୍ୟ ସଂପର୍କରେ ସୂଚନା ଦିଆଯିବା ଦରକାର ବୋଲି ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ ଏହି ବିଷୟ ପ୍ରକାଶ କରିଛନ୍ତି ।

                                    

*****


(ରିଲିଜ ଆଡି: 1482096) ପରିଦର୍ଶକ କାଉଣ୍ଟର : 16