ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅଣଆନୁଷ୍ଠାନିକ ବିଶ୍ୱ ବାଣିଜ୍ୟ ସଙ୍ଗଠନର ମନ୍ତ୍ରୀସ୍ତରୀୟ ବୈଠକରେ 52ଟି ଦେଶଙ୍କ ବିଚାର ବିମର୍ଶ

प्रविष्टि तिथि: 20 MAR 2018 8:36PM by PIB Bhubaneswar

ଆଜି ନୂଆଦିଲ୍ଲୀଠାରେ ସର୍ବବୃହତ୍ ଅଣଆନୁଷ୍ଠାନିକ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଏହି ଆଲୋଚନା ଚକ୍ରରେ ବିଶ୍ୱ ବାଣିଜ୍ୟ ସଙ୍ଗଠନର ମହା ନିର୍ଦ୍ଦେଶକ ଶ୍ରୀ ରୋବେର୍ଟୋ ଆଜେଭେଡୋଙ୍କ ସମେତ 52ଟି ଦେଶରୁ ପ୍ରତିନିଧି ଦଳ ଭାଗ ନେଉଛନ୍ତି । 27ଟି ଦେଶରୁ ମନ୍ତ୍ରୀ ତଥା ଉପମନ୍ତ୍ରୀମାନେ ଏହି ପ୍ରତିନିଧି ଦଳରେ ସାମିଲ ଅଛନ୍ତି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଆଶାପ୍ରକାଶ କରିଥିଲେ ଯେ ଏହି ସଭା ଅଂଶଗ୍ରହଣକାରୀ ରାଷ୍ଟ୍ରମାନଙ୍କୁ ଖୋଲା ଆଲୋଚନା କରିବା ନେଇ ସୁଯୋଗ ପ୍ରଦାନ କରିବ । ପ୍ରତିନିଧି ଦଳର ସମସ୍ତ ମୁଖ୍ୟମାନେ ଏହି ସଭାର ଆୟୋଜନ ଏବଂ ବିଶ୍ୱ ବାଣିଜ୍ୟ ସଙ୍ଗଠନର କାର୍ଯ୍ୟ ବାବଦରେ ରାଜନୈତିକ ମାର୍ଗନିର୍ଦ୍ଦେଶ ପାଇଁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ଦିନସାରା ଅଣଆନୁଷ୍ଠାନିକ ଆଲୋଚନା ଚାଲୁ ରହିବ ଏବଂ ପ୍ରତିନିଧି ଦଳ ବିଶ୍ୱବାଣିଜ୍ୟ ସଙ୍ଗଠନର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବିକଳ୍ପର ଅନୁସନ୍ଧାନ କରିବେ । ଭାରତର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଏହି ଆଲୋଚନାର ନିତ୍କର୍ଷ ବାହାର କରିବା ପରେ ଆଲୋଚନା ଶେଷ ହେବ ।

 

************

 


(रिलीज़ आईडी: 1525695) आगंतुक पटल : 18